fbpx

ଆଲିଗଡ଼ ମୁସଲିମ୍ ୟୁନିଭରସିଟିରେ କରୋନା କହର: ୪୦ ଟପିଲାଣି ମୃତ୍ୟୁସଂଖ୍ୟା

Advertisement

ଆଲିଗଡ଼, ୯ା୫: ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭରସିଟି (ଏଏମୟୁ)ରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଗୋଟିଏ ସପ୍ତାହ ମଧ୍ୟରେ ୧୫ ଜଣ ପ୍ରଫେସର ପ୍ରାଣ ହରାଇଛନ୍ତି । ଏହାଛଡ଼ା ଏଏମୟୁର ଅନ୍ୟ କର୍ମଚାରୀଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୪୦ ଟପିଛି ବୋଲି ଜଣାପଡ଼ିଛି । କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନର କର୍ମଚାରୀ, ରିଟାୟାର୍ଡ ପ୍ରଫେସର ଓ ଅନ୍ୟ ଷ୍ଟାଫମାନେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏହାକୁ ନେଇ ଏଏମୟୁ ପରିସରରେ ଦୁଃଖର ଲହରୀ ଖେଳି ଯାଇଛି । ଦୈନିକ ଏଏମୟୁର ଜଣେ କର୍ମଚାରୀଙ୍କ ଦେହାନ୍ତ ଖବର ଶୁଣିବାକୁ ମିଳୁଛି । ଏଏମୟୁର କୁଳପତି ମଧ୍ୟ ନିଜର ବଡ଼ଭାଇଙ୍କୁ ମହାମାରୀରେ ହରାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.