ଦେହଜୀବୀଙ୍କ ଉପରେ କରୋନା ପ୍ରଭାବ, କହିଲେ- ଗ୍ରାହକ ନମିଳିଲେ ଭୋକରେ ମରିଯିବୁ

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏଥିରେ ବହୁ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ସାମାଜିକ ଦୂରତା ହେତୁ ଲୋକମାନେ ଘରେ ରହି କାମ କରୁଥିବା ବେଳେ ପରସ୍ପରଠାରୁ ଦୂରେଇ ରହୁଛନ୍ତି । ଦେହଜୀବୀମାନଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡୁଛି । ବିଶେଷ କରି ଟ୍ରାନ୍ସଜେଣ୍ଡର କର୍ମୀମାନେ ଗ୍ରାହକ ନମିଳିବାରୁ ଭୋକରେ ରହୁଛନ୍ତି । ତେବେ ଟ୍ରାନ୍ସଜେଣ୍ଡର ମାମଲାରେ ବ୍ରାଜିଲ ହେଉଛି ସବୁଠାରୁ ବିପଜ୍ଜନକ ଦେଶ । ସେଠାରେ ଟ୍ରାନ୍ସଜେଣ୍ଡର ମାନଙ୍କୁ କରୋନା ସହ ଭୋକର ମାଡ ପଡୁଛି । ଗ୍ରାହକ ଓ ଆୟର ଅଭାବ କାରଣରୁ ସେକ୍ସ କର୍ମଚାରୀମାନେ ଗୋଟିଏ ବେଳା ଖାଇବାକୁ ବି ପାଉନାହାନ୍ତି ।

କୋଭିଡ-୧୯ର ସମ୍ମୁଖୀନ ହେୁଥିବା ଏଲବା ନାମକ ଜଣେ ଟ୍ରାନ୍ସଜେଣ୍ଡର କହିଛନ୍ତି ଯେ, ସରକାରଙ୍କ ତରଫରୁ ଆମକୁ ସାମାନ୍ୟ ସାହାର୍ଯ୍ୟ ମିଳୁଛି, ତାହା ପର୍ଯ୍ୟାପ୍ତ ନୁହେଁ । ଏଠାରେ ଅପରାଧ ଓ ଭ୍ରଷ୍ଟାଚାର ଅଧିକ ହେଉଛି, ଯାହାକୁ ସରକାର ରୋକିବା ପାଇଁ ସରକାର କମ୍ ପ୍ରୟାସ କରୁଛନ୍ତି ।

ସେହିପରି ୨୬ ବର୍ଷିୟା ଷ୍ଟିଫନି ନାମକ ଜଣେ ବ୍ରାଜିଲର ଟ୍ରାନ୍ସ ଜେଣ୍ଡର କହିଛନ୍ତି ଯେ, କରୋନା ଭାଇରସ୍ ବ୍ୟାପିବା ପରଠାରୁ ବଞ୍ଚିବା କଷ୍ଟକର ହୋଇପଡିଛି । ରାସ୍ତା, ଘାଟ ବନ୍ଦ ଥିବାରୁ ଗ୍ରାହକ ମିଳିବା କଷ୍ଟ ହୋଇପଡିଛି । ଏହି ସମୟରେ ଯଦି ଗ୍ରାହକ ନମିଳନ୍ତି, ତେବେ ଆମେ ସବୁ ଭୋକରେ ମରିଯିବୁ ।