fbpx

ପୁଣିଥରେ ଆକ୍ଟିଭ ହେଉଛି କରୋନା ମହାମାରୀ: ଟୀକା ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ୨ ବର୍ଷରୁ କରୋନା ମହାମାରୀରୁ ମୁକ୍ତି ପାଇଛନ୍ତି ବିଶ୍ୱବାସୀ । ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଥିବା ବେଳେ ପୁଣିଥରେ କୋଭିଡ-୧୯କୁ ନେଇ ଜାରି ହୋଇଛି ଚେତାବନୀ । କରୋନା ଭୂତାଣୁର ସଂକ୍ରମଣ ବଢିବା ସହ ମହାମାରୀ ଆଉ ଥରେ ଭୟଙ୍କର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏହାକୁ ନେଇ ଚେତାବନୀ ଜାରି କରିଛନ୍ତି ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହାସହିତ ଲୋକମାନଙ୍କୁ ଟୀକା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ଚୀନର ପ୍ରମୁଖ ଶ୍ୱାସରୋଗ ବିଶେଷଜ୍ଞ ଡା. ଝୋଙ୍ଗ ନାନଶାନ କରୋନା ଭୂତାଣୁକୁ ନେଇ ଆଲର୍ଟ ଜାରି କରିଛନ୍ତି । ଥଣ୍ଡା ସମୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ହେବା ନେଇ ସେ ଚେତାବନୀ ଜାରି କରିଛନ୍ତି । ଏହାସହ ବୟସ୍କ ତଥା ଦୁର୍ବଳ ଲୋକମାନଙ୍କୁ ଯଥାଶୀଘ୍ର କରୋନା ଟୀକା ଗ୍ରହଣ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଚୀନର ବିଶେଷଜ୍ଞ । ସେହିପରି ଶେନଝେନର ଥାର୍ଡ ପିପୁଲ୍ସ ହସ୍ପିଟାଲ ପ୍ରମୁଖ ଲୁ ହୋଙ୍ଗଝୋଉ କହିଛନ୍ତି ଯେ, ଭାଇରସ ବର୍ତ୍ତମାନ ସ୍ଥିତିରେ ମ୍ୟୁଟେସନ୍ ଦେଇ ଗତି କରୁଛି । ଏହାବ୍ୟତୀତ ସମୟ ଅନୁସାରେ, ଲୋକଙ୍ ଦେହରେ ଆଣ୍ଟିବଡ଼ି କମିଯିବାରୁ ଭୂତାଣୁ ସହ ଲଢିବା ପାଇଁ ସାଧାରଣ ଲୋକଙ୍କ କ୍ଷମତା ମଧ୍ୟ ହ୍ରାସ ପାଇଛି ।

ତାଙ୍କ କହିବା ଅନୁସାରେ, ଥଣ୍ଡା ଦିନରେ କୋଭିଡ-୧୯ ମାମଲାରେ ବୃଦ୍ଧି ହୋଇପାରେ । ତେଣୁ ଲୋକଙ୍କୁ ମହାମାରୀଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ଡା. ଲୁ ହୋଙ୍ଗଝୋଉ । ତେବେ କରୋନା ବିପକ୍ଷରେ ବିଜୟ ପାଇଁ ଏହା ପ୍ରତି ସଚେତନତା ଏବଂ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । କିନ୍ତୁ ଏହାର ସଂକ୍ରମଣକୁ ନେଇ ଅତ୍ୟଧିକ ଚିନ୍ତିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ତେବେ ଚୀନର ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ଅକ୍ଟୋବର ମାସରେ ସାରା ଦେଶରେ ମୋଟ ୨୦୯ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ଗମ୍ଭୀର ଅବସ୍ଥାରେ ଥିବା ୨୪ ଜଣ ସଂକ୍ରମିତ ପ୍ରାଣ ହରାଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.