fbpx

ବଡ ଖବର: ନୂଆ ରୂପରେ କରୋନା, ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଜାରି

ଭୁବନେଶ୍ୱର,୧୬ ।୩(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ରୂପରେ କରୋନା ପ୍ରତି ଅଧିକ ସତର୍କ ଜରୁରୀ । ଲୋକଙ୍କୁ ସାବଧାନତା ନେଇ ସର୍ତକ କରିଛନ୍ତି ସରକାର । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି  । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେତେକ ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହୋଇଛି, ଯାହାର ନିୟନ୍ତ୍ରଣ କଷ୍ଟ ।

ପୂର୍ବ ଅପେକ୍ଷା କରୋନା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ନୂଆ ପ୍ରଜାତି ଅଧିକ ସଂକ୍ରାମକ ହୋଇଥିବା ବେଳେ ଶୁଖିଲା ବସ୍ତୁରେ ୮ ଦିନ ସକ୍ରିୟ ରହିବ । ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୂଆ ଓ ସାମାଜିକ ଦୂରତା ମାନିବାକୁ ପଡିବ । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ ନିୟମ ମାନିବାକୁ କୁହାଯାଇଛି । ଜନସମାଗମକୁ ସରକାର କୋହଳ କରିଥିଲେ ବି ଆମେ ଦୂରେଇ ରହିବା  । ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କୁ ୭ ଦିନ ପୃଥକବାସରେ ରଖିବା । ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କରୋନା ପରୀକ୍ଷା କରାଇବେ । ସରକାରଙ୍କ ନିର୍ଦ୍ଧାରିତ ସାରଣୀ ଅନୁସାରେ କରୋନା ଟିକା ନିଶ୍ଚିତ ନେବା ।

ଦେହ ହାତ ଅବଶ ଲାଗିବା ନୂଆ ରୂପର ନୂଆ ଲକ୍ଷଣ ରହିଛି । ଏହା ସହ ଭୋକ ନହେବା, ମୁଣ୍ଡ ବିନ୍ଧା, ଦେହ ହାତ ଘୋଳାବିନ୍ଧା, ନୂଆ କରି ଚର୍ମରୋଗ ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ନାଲି ପଡିବା, ସାମାନ୍ୟ କାଶ ସହ ଛାତିରେ ଯନ୍ତ୍ରଣା ହେବା ଏହାର ଲକ୍ଷଣ ରହିଛି ।

Get real time updates directly on you device, subscribe now.