fbpx

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୩୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରକୁ ବଢ଼ିଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି ପୁଣି ୩୩୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୨୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪୪୯ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୭୪ ହଜାର ୩୦୭ ରହିଥିବା ବେଳେ ୩୧ ହଜାର ୪୨୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.