fbpx

ମାର୍କେଟକୁ ଆସିଲା କରୋନା ପ୍ରୁଫ୍ ଛତା; ସଂକ୍ରମଣ ଠାରୁ ବଞ୍ଚିବା ପାଇଁ କରନ୍ତୁ ବ୍ୟବହାର

Advertisement

ନୂଆଦିଲ୍ଲୀ: କରୋନା ମହାମାରୀ ଯେ କୌଣସି ଭଲ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇପାରେ । ଏଭଳି ପରିସ୍ଥିତିରେ ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବର୍ତ୍ତମାନ ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରୁଛନ୍ତି । ସେହିପରି ଚୀନରେ ପ୍ରତିଦିନ ଲକ୍ଷ ଲକ୍ଷ କରୋନା ମାମଲା ସାମ୍ନାକୁ ଆସୁଛି ।

ଏହି ସମୟରେ ଚୀନରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କେବଳ କରୋନାର ସ୍ଥିତି ସମ୍ପର୍କରେ ନୁହେଁ ଲୋକଙ୍କ ମଧ୍ୟରେ ଥିବା କରୋନା ଭୟର ସ୍ତରକୁ ସୂଚାଉଛିି । ସୋସିଆଲ ମିଡିଆରେ ଚୀନର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ଦମ୍ପତି ଘରୋଇ ସାମଗ୍ରୀ କିଣିବା ସମୟରେ ଏକ ଅଜବ ଛତା ଧରିଥିବା ଦେଖାଯାଇଛି । ଛତାଟି ଏପରି ହୋଇଛି ଯାହା ମଧ୍ୟରେ କରୋନା ପ୍ରବେଶ କରିବାର କୌଣସି ସ୍ଥାନ ନାହିଁ । ଏହା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଚୀନରେ କରୋନା ମହାମାରୀ ସ୍ଥିତି ଅତ୍ୟନ୍ତ ଖରାପ ହେବା ବିଷୟରେ ସମସ୍ତେ ଜାଣିଛନ୍ତି । ଏହି ସମୟରେ ଚୀନରୁୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଭିଡିଓରେ, ଏକ ଦମ୍ପତି ରାସ୍ତାରେ କିଛି ସାମଗ୍ରୀ କିଣୁଥିବାର ନଜର ଆସିଛନ୍ତି । ଯେଉଁ ସମୟରେ ସେମାନେ ଏପରି ଏକ ଛତା ଧରିଥିଲେ, ଯାହା ଦେଖି ଆଖପାଖର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, ଏହି ଦମ୍ପତିଙ୍କ ଆତ୍ମ ସୁରକ୍ଷାକୁ ଏକ ଭିନ୍ନ ସ୍ତରକୁ ନିଆଯାଇଛି ।’ ଭିଡିଓରେ ଏହା ଦେଖିବାକୁ ମଳିଛି ଯେ ଛତା ପଲିଥିନ ସାହାଯ୍ୟରେ ଏହି ଦମ୍ପତି ନିଜକୁ ଚାରି ପାର୍ଶ୍ୱରୁ ଆଚ୍ଛାଦନ କରିଛନ୍ତି । ଭିଡିଓଟି ଏପର୍ଯ୍ୟନ୍ତ ୬୬.୭ କେ ଭ୍ୟୁ ପାଇଥିବାବେଳେ ଶହ ଶହ ଲୋକ ଏହାକୁ ଲାଇକ କରିଛନ୍ତି ।

Get real time updates directly on you device, subscribe now.