fbpx

କରୋନାକୁ ନେଇ ଗଞ୍ଜାମ ସ୍ଥିତି ସାଙ୍ଘାତିକ, ଜାଣନ୍ତୁ କ’ଣ କହିଲେ ଜିଲ୍ଲାପାଳ?

ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ମାଡି ଚାଲିଥିବା ବେଳେ ଏଥିରେ ବେଶି ପ୍ରଭାବିତ ହେୁଛି ଗଞ୍ଜାମ ଜିଲ୍ଲା । କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି ଯେ, ‘ଗତ ସପ୍ତାହ ଅପେକ୍ଷା ଗଞ୍ଜାମରେ ପଜିଟିଭ୍ କେସ ବଢିଛି । ୨ ଶହ ଡାକ୍ତର ଟିମ ଘର ଘର ବୁଲି ସ୍ଥିତି ଦେଖୁଛନ୍ତି । ଅଧିକ ସ୍କ୍ରିନିଂ ହେଉଥିବାରୁ ପଜିଟିଭ୍ କେସ ସାମ୍ନାକୁ ଆସୁଛି । ଆକ୍ରାନ୍ତଙ୍କୁ ଖୋଜି ଚିକିତ୍ସା କରାଯାଉଛି ।’

ଏହା ସହ ଗାଁରେ କରୋନା ସ୍ଥିତିକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ, ‘ଗ୍ରାମାଞ୍ଚଳରେ ବି ଘର ଘର ବୁଲି ସର୍ଭେ କରାଯାଉଛି । ୨୪,୭୪୭ ଡାଏବେଟିସ ଓ ବିପି ରୋଗୀ ଚିହ୍ନଟ ହୋଇଛନ୍ତି ।ଏମାନଙ୍କୁ ଡେଲି ମେଡିସିନ ସୁବିଧା ଦିଆଯାଉଛି । ଆଗାମୀ ସପ୍ତାହରେ ପଜିଟିଭ କେସ କମ ହୋଇପାରେ ।’ ଗ୍ରାମାଞ୍ଚଳରେ ୮୩%ରୁ ଅଧିକ ଅଞ୍ଚଳ ଗ୍ରୀନ୍‌ ଜୋନ୍‌ରେ ଅଛି । ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କୋରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । କୋଭିଡ୍‌ ଯୋଦ୍ଧାଙ୍କୁ ସହଯୋଗ କରନ୍ତୁ । ଏହା ସହ ପ୍ଲାଜ୍‌ମା ଦାନ କରିବାକୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.