fbpx

ପୁଣି ଘାଇଲା କରିବ କି କରୋନା? ୨ଟି ସ୍କୁଲର ୫ ଶିଶୁ ପଜିଟିଭ ଚିହ୍ନଟ

ଗାଜିଆବାଦ: ଦେଶରେ ପୁଣିଥରେ କରୋନା ମହାମାରୀ ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ଗାଜିଆବାଦର ୨ଟି ସ୍କୁଲର ୫ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଶିଶୁ ଗୋଟିଏ ସ୍କୁଲର ଓ ୨ ଜଣ ଆଉ ଏକ ସ୍କୁଲର ବୋଲି ଜଣାପଡିଛି । ଶିଶୁ ପଜିଟିଭ ହୋଇଥିବା ନେଇ ସ୍କୁଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଶିଶୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲକୁ ସାନିଟାଇଜର କରାଯାଇଛି । ଏହା ସହ ୧୧ ଓ ୧୨ ଏପ୍ରିଲ ପାଇଁ ଅଫଲାଇନ୍ କ୍ଲାସକୁ ସ୍କୁଲ ପ୍ରଶାସନ ବନ୍ଦ କରିଛି । ଏହା ପୂର୍ବରୁ ଇନ୍ଦିରାପୁରମର ସେଣ୍ଟ ଫ୍ରାନ୍ସିସ୍ ସ୍କୁଲରେ ୨ ଶିଶୁ କୋଭିଡ ପଜିଟିଭ ହୋଇଥିଲେ ।

ତେବେ ଦେଶରେ କରୋନା ଲହର ମଧ୍ୟରେ ପ୍ରାୟତଃ ସମସ୍ତ ସାର୍ବଜନୀନ ସ୍ଥାନ ସହିତ ସ୍କୁଲକୁ ବି ବନ୍ଦ କରାଯାଇଥିଲା । ତୃତୀୟ ଲହର ସରିବା ପରେ ସରକାର ଓ ପ୍ରଶାସନ ଅନେକ କଟକଣା ହଟାଇଥିଲେ । ଏହା ସହ ସ୍କୁଲ-କଲେଜ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.