fbpx

ଫେରିଲା କରୋନା! ଭାଇରସ୍ କବଜାରେ ଛାତ୍ରଛାତ୍ରୀ: ୪ଟି ସ୍କୁଲରେ ୧୯ ପଜିଟିଭ ଚିହ୍ନଟ

Advertisement

ନୂଆଦିଲ୍ଲୀ: ଏନସିଆର ୩ଟି ସ୍କୁଲରେ କରୋନା ପଜିଟିଭ ମାମଲା ଚିହ୍ନଟ ପରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଗାଜିଆବାଦ ଓ ନୋଏଡ଼ାର ୨-୨ଟି ସ୍କୁଲରେ କରୋନାର ପ୍ରାୟ ୧୯ଟି କେସ୍ ମିଳିଛି । ଏଥିରେ ଅଧିକାଂଶ ମାମଲା (୧୩)ନୋଏଡ଼ାର ଖେତାନ ସ୍କୁଲରୁ ମିଳିଛି, ଯେଉଁଠାରେ ୩ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ନୋଏଡ଼ାର ସେକ୍ଟର ୩୦ର ଡିପିଏସ ସ୍କୁଲରେ ଜଣେ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହ ଗାଜିଆବାଦର ସେଣ୍ଟ ଫ୍ୟାନ୍ସିସ ସ୍କୁଲ ଓ କୁମାର ମଙ୍ଗଲମ ସ୍କୁଲରେ ବି କରୋନାର ୫ଟି ମାମଲା ଚିହ୍ନଟ ହୋଇଛି । ଏହି ୨ଟି ସ୍କୁଲକୁ ୩ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ କରୋନାକୁ ରୋକାଯାଇପାରିବ ।

ଗାଜିଆବାଦ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଜିଲ୍ଲାର ୨ଟି ସ୍କୁଲରେ ୫ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ସ୍କୁଲକୁ ସାନିଟାଇଜ୍ କରାଯାଇଛି । ଏହା ବ୍ୟତୀତ ରାପିଡ ଟେଷ୍ଟ ମଧ୍ୟ କରାଯାଇଛି । ନୋଏଡାର ସ୍କୁଲରୁ ୧୩ ଶିଶୁ ପଜିଟିଭ ଚିହ୍ନଟ ପରେ ସ୍କୁଲ କରାଯାଇଛି ଓ ଏଥି ସହ ଅନଲାଇନ୍ କ୍ଲାସ ଆରମ୍ଭ ହୋଇଛି । ଏଣିକି ୧୮ ଏପ୍ରିଲରେ ସେଠାରେ ସ୍କୁଲ ଖୋଲିବ ।

Get real time updates directly on you device, subscribe now.