fbpx

ଟ୍ରକକୁ ସବୁ ରାଜ୍ୟରେ ପ୍ରବେଶ କରିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୧୩ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଟ୍ରକକୁ ସବୁ ରାଜ୍ୟରେ ପ୍ରବେଶ ଅନୁମତି ଦିଆଯାଇଛି । କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ କାର୍ଯ୍ୟରେ ବାଧା ଦିଆଯିବନି । ହଟସ୍ପଟ ଓ ଅବରୋଧ ଅଞ୍ଚଳ ବ୍ୟତିତ ଅନ୍ୟ ସବୁ ଅଞ୍ଚଳରେ ଏହି ନିୟମକୁ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧.୯୬ କୋଟି ମାସ୍କ ପ୍ରସ୍ତୁତ ହୋଇଛି । ୩୦କୋଟି ଲୋକଙ୍କୁ ୍ରଆର୍ଥିକ ସହାୟତା ଦିଆଯାଇଛି । ଦେଶରେ କରୋନାରେ ୩୦୮ ଜଣଙ୍କର ମୃତ୍ୟୁ ହୋଇଛି ।ଏଯାଏଁ ୮୫୭ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ୧୪୧ ଜଣ ସୁସ୍ଥ ହୋଇଥିବା ବେଳେ ସେହିପରି ୨୪ଘଣ୍ଟାରେ ୩୫ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ବୋଲି ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.