fbpx

ଚଳିତମାସ ଶେଷ ସୁଦ୍ଧା ଓଡିଶାକୁ ଆସିପାରେ କରୋନା ଟିକା

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଚଳିତ ମାସ ଶେଷ ସୁଦ୍ଧା ଓଡିଶାକୁ କରୋନା ଟିକା ଆସିପାରେ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, ଏଇ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ ରହିଛି । ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ । ତା’ପରେ ବୟସ୍କମାନଙ୍କୁ କରୋନା ଟିକା ଦେବା ପାଇଁ ଆଲୋଚନା ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଆସିଲେ ବ୍ୟବସ୍ଥା ହେବ ।’

Get real time updates directly on you device, subscribe now.