fbpx

ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲକୁ ମିଳିଲା ଅନୁମତି, କିନ୍ତୁ..

ନୂଆଦିଲ୍ଲୀ, ୧ା୭: ବହୁ ବାଦବିବାଦ ପରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ ଔଷଧକୁ ଅନୁମତି ମିଳିଛି । କିନ୍ତୁ ଏହି ଔଷଧ କରୋନା ଭାଇରସର ପ୍ରତିଷେଧକ ଭାବେ ବିକ୍ରି କରାଯାଇପାରିବ ନାହିଁ । ବରଂ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଔଷଧ ଭାବେ ବଜାରରେ ଓ ଷ୍ଟୋରରେ ଉପଲବ୍ଧ ହେବ । ଯୋଗ ଗୁରୁ ରାମଦେବ କହିଛନ୍ତି ଯେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ ବିକ୍ରୟ ଉପରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ କିନ୍ତୁ ଏହା କରୋନା ପ୍ରତିଷେଧକ ଭାବେ ବିକ୍ରୟ ହୋଇପାରିବ ନାହିଁ ବୋଲି କୁହାଯାଇଛି ।
ଏହାସହିତ ରାମଦେବ କହିଛନ୍ତି ଯେ ଯେଉଁ ଲୋକମାନେ ଏହାକୁ କିଣିବାକୁ ଚାହୁଁଛନ୍ତି ସେମାନେ କିଣିପାରିବେ । ଆଜିଠାରୁ ଦେଶର ପ୍ରତିଟି ସ୍ଥାନରେ ଏହା ଉପଲବ୍ଧ ହେବ ।

ସାରା ବିଶ୍ୱ କରୋନାକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନିଲ କରୋନା ପ୍ରତିଷେଧକ ଭାବେ ଲୋକଙ୍କୁ ପରିଚିତ କରାଯାଇଥିଲା । କିନ୍ତୁ ବୈଜ୍ଞାନିକମାନେ ସତ ଚେଷ୍ଟା କରିବା ପରେ ମଧ୍ୟ କରୋନର ପ୍ରତିଷେଧକ ବାହାରିପାରିନଥିଲା । ତେଣୁ ଦେଶବାସୀମାନେ ଏହି କରୋନିଲକୁ କରୋନା ପ୍ରତିଷେଧକ ଭାବେ ସହଜରେ ବିଶ୍ୱାସ କରିପାରିନଥିଲେ । ଏହା ବ୍ୟତୀତ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହାର ସଠିକ କ୍ଲିନିକାଲ ପରୀକ୍ଷା ହୋଇନଥିବା କହି କରୋନିଲ ଔଷଧ ବିକ୍ରୟ ଓ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

Get real time updates directly on you device, subscribe now.