fbpx

କୁଲ୍ଟର ନାଇଲଙ୍କୁ ୪ ୱିକେଟ ସଫଳତା ; ୯୦ ରନରେ ସୀମିତ Royals

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ବୋଲରଙ୍କ ସଫଳତା ବଳରେ ରୟାଲ୍ସକୁ ମାତ୍ର ୯୦ ରନରେ ସୀମିତ ରଖିଥିଲା ମୁମ୍ବାଇ । ମୁମ୍ବାଇ ବୋଲରଙ୍କ ମଧ୍ୟରେ ନାଥାନ କୁଲ୍ଟର ନାଇଲ ମାତ୍ର ୧୪ ରନ ବ୍ୟୟରେ ୪ ୱିକେଟ ନେଇଥିଲେ । ଜେମସ ନିଶାମ ୧୨ ରନରେ ୩ଟି ୱିକେଟ ନେଇଥିଲେ । ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୯୦ ରନ ସଂଗ୍ରହ କରିଥିବା ବେଳେ ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ବଢିଆ ଆରମ୍ଭ କରିଥିଲେ । ଟପ ସ୍କୋରର ଏଭିନ ଲୁଇସ(୨୪) ଏବଂ ଯଶସ୍ୱୀ ଜୟସ୍ୱାଲ(୧୨)ଙ୍କ ମଧ୍ୟରେ ପ୍ରଥମ ୱିକେଟରେ ୨୭ ରନର ଭାଗିଦାରୀ ହୋଇଥିଲା । ଏହାପରେ ନିଶାମ ଓ କୁଲ୍ଟର ନାଇଲ ରାଜସ୍ଥାନ ବ୍ୟାଟିଂ ଲାଇନଅପକୁ ତାସ ପତା ଭଳି ଭୁଷୁଡାଇ ଦେଇଥିଲେ । ଶେଷ ଆଡକୁ ଡେଭିଡ ମିଲର(୧୫) ରାହୁଲ ଟେୱଟିୟା(୧୨)ଙ୍କ ଇନିଂସ ବଳରେ ଦଳ ୯୦ ରନରେ ପହଞ୍ଚିଥିଲା । ମୁମ୍ବାଇ ବୋଲରଙ୍କ ମଧ୍ୟରେ ନାଥାନ କୁଲ୍ଟର ନାଇଲ ମାତ୍ର ୧୪ ରନ ବ୍ୟୟରେ ୪ ୱିକେଟ ନେଇଥିଲେ । ଜେମସ ନିଶାମ ୧୨ ରନରେ ୩ଟି ୱିକେଟ ନେଇଥିଲେ । ଜସପ୍ରୀତ ବୁମରା ଦୁଇଟି ୱିକେଟୁ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.