fbpx

କୋହଳ ହେଲା ବିଏମସି ଗାଇଡଲାଇନ

ଭୁବନେଶ୍ୱର: ବାହାଘର ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବଦଳିଲା ବିଏମସିର ନିୟମ । ବାହାଘର ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମୋଟ୍ ୫୦ ଜଣକୁ ସାମିଲ ନେଇ ପୂର୍ବରୁ ରହିଛି ଗାଇଡଲାଇନ । ତେବେ ଏହି ନିୟମରେ ସାମାନ୍ୟ କୋହଳ କରାଯାଇଛି । ବର୍ତ୍ତମାନ ଗୋଟିଏ ସମୟରେ ସର୍ବାଧିକ ୫୦ ଜଣକୁ ଅନୁମତି ମିଳିବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଗାଇଡଲାଇନ ।

ସୂଚନାଯୋଗ୍ୟ, ଶୀତ ଋତୁ ପାଇଁ ବିଏମସି ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ବିଏମସିର ଗାଇଡଲାଇନ୍ ମୁତାବକ, ବିବାହ ଓ ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ସଂକ୍ରମଣ କମ୍ କରିବାକୁ କଟକଣା ଆହୁରି କଡ଼ାକଡ଼ି କରିଛି ବିଏମସି । ଏହି ସହ ଶୁଦ୍ଧିକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ । ଲୋକସଂଖ୍ୟା ୫୦ରେ ସୀମିତ ରଖିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଲକ୍ଷଣ ଥିଲେ ବିବାହରେ ଯୋଗଦେବା ଉପରେ କଟକଣା ଲଗାଯାଇଛି । ଗାଇଡଲାଇନ୍ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ହେବେ ବୋଲି ଦର୍ଶାଯାଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣାକୁ କଡ଼ାକଡି କରିଛି ବିଏମସି ।

Get real time updates directly on you device, subscribe now.