fbpx

ଏହି ଦେଶ ପ୍ରଦାନ କରୁଛି ସବୁଠାରୁ ଶସ୍ତା INTERNET: ଭାରତ ଠାରୁ ଆଗରେ ଅଛନ୍ତି ଭୁଟାନ ଓ ଶ୍ରୀଲଙ୍କା

Advertisement

ନୂଆଦିଲ୍ଲୀ: ଇଣ୍ଟରନେଟ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ବିନା ଇଣ୍ଟରନେଟରେ ଆଜିକାଲି କିଛି ବି ସମ୍ଭବ ନୁହେଁ । ଏମିତିକି ଆମେ ଘରୁ ପାଦ କାଢିବା ମଧ୍ୟ ସମ୍ଭବ ନୁହେଁ । ଏମିତି କିଛି ଦେଶ ଅଛି ଯେଉଁଠି ଇଣ୍ଟରନେଟ ମାସକୁ ମାତ୍ର ୬ ଡଲାର ମୂଲ୍ୟରେ ମିଳୁଥିବା ବେଳେ କିଛି ଦେଶରେ ଏହାର ମୂଲ୍ୟ ୨୬୬୬ ଡଲାର ରହିଛି । ୟୁରୋପୀୟ ରାଷ୍ଟ୍ର ୟୁକ୍ରେନରେ ଇଣ୍ଟରନେଟ ସବୁଠୁ ଶସ୍ତାରେ ମିଳିଥାଏ । ମାତ୍ର ୬.୪୧ ଡଲାରରେ ୟୁକ୍ରେନ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରିଥାଏ । ସେହିପରି ଏରିଟ୍ରାରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ସବୁଠାରୁ ମହଙ୍ଗା ରହିଥାଏ । ଏଠାରେ ମାସିକ ୨୬୬୬.୨୪ ଡଲାରରେ ଏକ ମାସର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ମିଳିଥାଏ । ସାହାରା ମରୁଭୂମିରେ ରହିଥିବା ଦେଶ ଗୁଡିକରେ ଏହି ସେବା ସବୁଠାରୁ ମହଙ୍ଗା ଅଟେ । ସର୍ବାଧିକ ପଇସା ନେଉଥିବା ରାଷ୍ଟ୍ର ମଧ୍ୟରୁ ୩୭ଟି ଏହି ଅଞ୍ଚଳରେ ଅବସ୍ଥିତ । ସୋଭିଏତ୍ ୟୁନିୟନରେ ରହିଥିବା ୧୫ଟି ଦେଶ ମଧ୍ୟରୁ ୧୦ଟି ଦେଶରେ ଇଣ୍ଟରନେଟ ସବୁଠାରୁ ଶସ୍ତାରେ ମିଳିଥାଏ ।

ଭାରତ ଏହି ତାଲିକାରେ ବିଂଶ ତମ ସ୍ଥାନରେ ରହିଛି । ଏସିଆ ମହାଦେଶରେ ଭାରତ ଶସ୍ତା ଇଣ୍ଟରନେଟ ତାଲିକାରେ ୯ମ ସ୍ଥାନରେ ରହିଛି । ଭାରତର ପଡୋଶୀ ରାଷ୍ଟ୍ର ଭୂତାନ ଏହି ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି । ସେହିପରି ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହିଛି । ଅନ୍ୟ ଦୁଇ ପଡୋଶୀ ରାଷ୍ଟ୍ର ଚୀନ୍(୧୬) ଓ ନେପାଳ(୧୮) ଭାରତ ଠାରୁ ଆଗୁଆ ରହିଛନ୍ତି । ଭାରତରେ ମାସିକ ହାରାହାରି ବ୍ରଡବ୍ୟାଣ୍ଡ ଖର୍ଚ୍ଚ ୧୩.୫୮ ଡଲାର ରହିଛି । ଏହା ସହିତ ପ୍ରତି ଏମବିି ଡାଟା ପାଇଁ ୦.୩୫ ଡଲାର ଖର୍ଚ୍ଚ ହୋଇଥାଏ । ୟୁକ୍ରେନରେ ପ୍ରତି ଏମ୍ବି ଡାଟା ପାଇଁ ମାତ୍ର ୦.୦୫ ଡଲାର ଖର୍ଚ୍ଚ ହୋଇଥାଏ । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏହି ତାଲିକାରେ ୩୫ ତମ ସ୍ଥାନରେ ରହିଛି । ପାକିସ୍ତାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ପାଇଁ ୨୦.୪୩ ଡଲାର ଖର୍ଚ୍ଚ ହେଉଥିବା ବେଳେ ପ୍ରତି ଏମ୍ବି ଡାଟା ପାଇଁ ୧.୭୦ ଡଲାର ଖର୍ଚ୍ଚ ହୋଇଥାଏ ।

Get real time updates directly on you device, subscribe now.