fbpx

Married Couple Tips: ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ Infertility… ଜାଣନ୍ତୁ କ’ଣ କରିିବେ?

Advertisement

ଆଜିକାଲି ପ୍ରାୟ ଅଧିକାଂଶ ଦମ୍ପତ୍ତି କର୍ମଜୀବୀ । ଜୀବନର ବ୍ୟସ୍ତତା ଏବଂ ଅସନ୍ତୁଳିତ ଖାଦ୍ୟପେୟ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିମଧ୍ୟରେ Infertility ଏକ ଭମ୍ଭୀର ସମସ୍ୟା ଭାବେ ଉଭା ହୋଇଛି ଯାହା ଦାମ୍ପତ୍ୟ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରୁଥିବାର ନଜିର ରହିଛି । Infertility କାରଣରୁ ଦମ୍ପତ୍ତିମାନେ ମାନସିକ ଅଶାନ୍ତି, ଚିନ୍ତା ଓ ଡିପ୍ରେସନ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଡାକ୍ତରଙ୍କ କହିବାନୁଯାୟୀ Infertility ଏକ ଜଟିଳ ସମସ୍ୟା ଯାହା ଅନେକ କାରଣ ଉପରେ ନିର୍ଭର କରିଥାଏ । କେବଳ ଚିକିତ୍ସା ଦ୍ୱାରା ଏହା ଠିକ ହୋଇପାରିବ ଭାବିବା ଭୁଲ । ତେଣୁ Infertility ସହ ସଂଘର୍ଷ କରୁଥିବା ଦମ୍ପତ୍ତିଙ୍କୁ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଏହି ସବୁ ବିଷୟ ପ୍ରତି ଗୁରୁତ୍ୱ ଦେବା ଉଚିତ:

୧. ଭାବନା ଉପରେ ନିୟନ୍ତ୍ରଣ: ଏହି ସମୟରେ ଉଭୟ ଦମ୍ପତ୍ତି ସମାନ ମାନସିକ ସ୍ଥିତି ଦେଇ ଗତି କରିଥାନ୍ତି । ତେଣୁ ପରସ୍ପର ଉପରେ ଦୋଷ ଲଦାଲଦି କରିବା ବନ୍ଦ କରନ୍ତୁ । ନିଜ ଭାବନାକୁ ନିୟନ୍ତ୍ରଣ କରିବା ପାଇଁ ସତେଜ ଫଳ, ପନିପରିବା ଖାଇବା ସହ ଯୋଗାଭ୍ୟାସ କରନ୍ତୁ । ଏହା ସହ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ।

୨. ସକାରାତ୍ମକ ଚିନ୍ତାଧାରା: ସକାରାତ୍ମକ ଚିନ୍ତାଧାରା ଅନେକ ମାତ୍ରାରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଏହା ଦ୍ୱାରା ଆପଣ ଖୁସି ରହିବା ସହ ଚେହେରାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ ।

୩. ନିଜକୁ ପ୍ରାଥମିକତା ଦିଅନ୍ତୁ: Infertility ଚିକିତ୍ସା ସହ ନିଜ ଖୁସିକୁ ପ୍ରାଥମିକତା ଦିଅନ୍ତୁ । ନିଜ ସହ କିଛି ସମୟ ବିତାଇବା, ନିଜ ପସନ୍ଦର ଜିନିଷ କରିବା ଇତ୍ୟାଦି ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

୪. ପାର୍ଟନର ସହ କଥା ହୁଅନ୍ତୁ: ଏଭଳି ସ୍ଥିତରେ ଅଧିକାଂଶ ଦମ୍ପତ୍ତି ପାର୍ଟନ ସହ କଥାବାର୍ତ୍ତା କରିବା ବନ୍ଦ କରିଦିଅନ୍ତି । ଏହି ଭୁଲ କରନ୍ତୁ ନାହିଁ । ପରସ୍ପର ସହ କଥାବାର୍ତ୍ତା କରି ମନରେ ଥିବା ସଂକୋଚ ଦୂର କରନ୍ତୁ । ଏହା ସହ ପାର୍ଟନରଙ୍କ ସହ କ୍ୟୁାଲିଟି ଟାଇମ୍ ବିତାନ୍ତୁ ।

Get real time updates directly on you device, subscribe now.