Video: ଚଳନ୍ତା ବାଇକରେ ରୋମାନ୍ସ, ରୋଡ୍ରେ ଅଶ୍ଳୀଳତାର ଭିଡିଓ ଭାଇରାଲ
ବିପଦପୂର୍ଣ୍ଣ ଅବସ୍ଥାରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା। ଚଳନ୍ତା ବାଇକରେ ଏପରି କରିବା ପରେ ରୁଜୁ ହେଲା ମାମଲା। ବନ୍ଧାହେବେ ଲଭବାର୍ଡ।
ନୂଆଦିଲ୍ଲୀ: କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦମ୍ପତି ଚଳନ୍ତା ବାଇକରେ ରୋମାନ୍ସ କରୁଥିବାର ଭିଡିଓ ତିଆରି କରିଛନ୍ତି ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହରର ଟ୍ରାଫିକ ନିୟମ ଓ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।
ଭିଡିଓରେ ଯୁବକ ଜଣକ ବିନା ହେଲମେଟରେ ବାଇକ୍ ଚଳାଉଥିବା ବେଳେ ଯୁବତୀ ଜଣକ ବେକରେ ହାତ ରଖି ବାଇକ୍ ଟାଙ୍କିରେ ବସିଥିଲେ।
ଅନ୍ୟ ମାନଙ୍କ ପାଇଁ ବିପଦ: କାନପୁରର ଗଙ୍ଗା ବ୍ୟାରେଜରେ ଏହି ବିପଜ୍ଜନକ ଭିଡିଓ ସୁଟିଂ କରାଯାଇଥିଲା, ଯାହା ଏବେ ପୁଲିସ ତଦନ୍ତ ପରିସରକୁ ଆସିଛି।
ଏହି ଭାଇରାଲ ଭିଡିଓରେ ଯୁବକ ଜଣକ କଳା ଚଷମା ପିନ୍ଧି ବିନା ହେଲମେଟରେ ବାଇକ୍ ଚଳାଉଥିବା ଦେଖିବାକୁ ମିଳିଛି। ବାଇକରେ ଥିବା ଝିଅଟି ତାଙ୍କ ଟାଙ୍କିରେ ବସି ବେକରେ ହାତ ରଖି ରୋମାନ୍ସ କରୁଛି।
ଏହି ଦମ୍ପତି ଗଙ୍ଗା ବ୍ୟାରେଜ ନିକଟ ବିଥୁର ରୋଡ୍ ରେ ବାଇକ୍ ଚଳାଉଥିଲେ। ଏହି ସମୟରେ ଗାଡ଼ି ସାମ୍ନାକୁ ଆସିବା ସତ୍ତ୍ୱେ କେହି ବି ସୁରକ୍ଷା ନିୟମ ମାନିନଥିବାରୁ ସେମାନଙ୍କ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସ୍ପଷ୍ଟ ହୋଇଛି।
#Kanpur
कानपुर के गंगा बैराज में एक कपल का वीडियो सोशल मीडिया पर तेजी से वायरल हो रहा हैइस वीडियो में 1 कपल बिना हेलमेट बाइक पर अश्लील हरकतें तथा ट्रैफिक नियमों का खुलेआम उल्लंघन करते हुए दिखाई दे रहे हैं ।@uptrafficpolice @Uppolice @kanpurnagarpol pic.twitter.com/xK1ikN3Ghl
— Anand Kumar ASP (@Anandkumar7275) January 10, 2025
ଉଭୟ ଯୁବକ ଓ ଯୁବତୀ ବାଇକ୍ ରେ ଯାଉଥିବା ବେଳେ ଭିଡିଓ ତିଆରି କରୁଥିଲେ। ରାସ୍ତାରେ ଅନ୍ୟ ଗାଡ଼ି ବି ଯିବା ଆସିବା କରୁଥିଲା।
ହେଲେ ସେମାନଙ୍କର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପ୍ରତି କୌଣସି ଧ୍ୟାନ ନଥିଲା। ଭିଡିଓ ସମୟରେ ଉଭୟଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳିଥିଲେ ହେଁ ଏହା ଦୁର୍ଘଟଣାର କାରଣ ମଧ୍ୟ ହୋଇଥାଇପାରେ।
ପୁଲିସ ତଦନ୍ତ ନିର୍ଦ୍ଦେଶ: କାନପୁରରେ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କାନପୁର ଡିସିପି (ସେଣ୍ଟ୍ରାଲ) ଦିନେଶ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି -“ଯେ ଏହି ଘଟଣା ନବାବଗଞ୍ଜ ଅଞ୍ଚଳରେ ଘଟିଥିବାରୁ ଭିଡିଓ ଆଧାରରେ ନବାବଗଞ୍ଜ ପୁଲିସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।