fbpx

OMG! ୧୦ ସେକେଣ୍ଡ ପାଇଁ ଝିଅ ସହିତ ‘ଖରାପ କାମ’ କରିବା ଅପରାଧ ନୁହେଁ! ବିଚାରପତି ଶୁଣାଇଲେ ଅଜବ ନିଷ୍ପତ୍ତି

ନୂଆଦିଲ୍ଲୀ: ଯୁବତୀ ଏବଂ ମହିଳାଙ୍କ ସହ ଯୌନ ଶୋଷଣ ଗୁରୁତର ଅପରାଧିକ ବର୍ଗରେ ଆସିଥାଏ । ଏହା ପ୍ରତ୍ୟେକ ଦେଶର ଆଇନ ଏବଂ ଏହି ଅପରାଧ ପାଇଁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଏ । ଆପଣ ନିଶ୍ଚୟ ଏପରି ଅନେକ ମାମଲା ଦେଖିଥିବେ ଏବଂ ଶୁଣିଥିବେ, ଯେଉଁଥିରେ ନିର୍ଯାତନା ଦେଇଥିବା ଅପରାଧୀଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି । କିନ୍ତୁ ଆଜିକାଲି ଇଟାଲୀର ଏକ ମାମଲା ବହୁତ ଚର୍ଚ୍ଚାରେ ଅଛି, ଯାହାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି ।

ତେବେ ଜଣେ ବିଚାରପତି ୧୦ ସେକେଣ୍ଡ ପର୍ଯ୍ୟନ୍ତ ଯୁବତୀଙ୍କ ସହିତ ‘ଖରାପ କାମ’ କରିବାକୁ ଅପରାଧ ନମାନି ଅପରାଧୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ବର୍ତ୍ତମାନ ବିଚାରପତିଙ୍କ ଏହି ଅଜବ ନିଷ୍ପତ୍ତିକୁ ନେଇ ଏତେ ହଙ୍ଗାମା ହୋଇଛି ଯେ, ସୋସିଆଲ ମିଡିଆରେ ମଧ୍ୟ ଏହା ଟ୍ରେଣ୍ଡରେ ଚାଲିଛି ।

ଏହି ଆଶ୍ଚର୍ଯ୍ୟଜନକ ମାମଲା ଗତ ବର୍ଷ ଏପ୍ରିଲର ବୋଲି ଜଣାପଡିଛି । ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ହାଇସ୍କୁଲରେ ପଢ଼ୁଥିବା ଜଣେ ୧୭ ବର୍ଷୀୟା ବାଳିକା ଶ୍ରେଣୀକୁ ଯାଉଥିଲେ । ସେତିକିବେଳେ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ବୃଦ୍ଧ କେୟାରଟେକର ତାଙ୍କ ସହ ବହୁତ ଖରାପ କାମ କରିଥିଲେ । ବୃଦ୍ଧ ଜଣକ କେବଳ ପ୍ୟାଣ୍ଟ ତଳକୁ ଟାଣିବାକୁ ଚେଷ୍ଟା କରିବା ସହ ତାଙ୍କ ଅନ୍ତଃ ବସ୍ତ୍ର ମଧ୍ୟ ଧରି ପକାଇଥିଲେ । ଏସବୁ କରିବା ପରେ ସେ କେବଳ ଥଟ୍ଟା କରୁଥିବା କହି ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ । ତେବେ ପୀଡିତା ନାବାଳିକା ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ କୋର୍ଟରେ ପହଞ୍ଚିଥିଲେ ।

ଖବର ଅନୁଯାୟୀ, ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଥିଲା । ସେ ସ୍ୱୀକାର କରିଥିଲା ଯେ, ସେ ଝିଅକୁ ଛୁଇଁଥିଲା, କିନ୍ତୁ ସଙ୍ଗେ ସଙ୍ଗେ ସେ ଏହା ମଧ୍ୟ କହିଥିଲେ ଯେ ସେ ଥଟ୍ଟାରେ ଏପରି କରୁଥିଲା । ଯଦିଓ ପୀଡିତାଙ୍କ ଓକିଲ ଜଜ୍ଙ୍କୁ କେୟାରଟେକରଙ୍କୁ ସାଢ଼େ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ କହିଥିଲେ, କିନ୍ତୁ ଜଜ୍ ଏହି ମାମଲାରେ ଅଲଗା ନିଷ୍ପତ୍ତି ଶୁଣାଇଥିଲେ ଯାହାକି ବହୁତ ଅଜବ ଥିଲା । ବିଚାରପତି କହିଥିଲେ ଯେ, ଅପରାଧ ୧୦ ସେକେଣ୍ଡରୁ କମ୍ ସମୟ ଧରି ଘଟିଥିଲା, ଯାହାକି ଅପରାଧର ମାନଦଣ୍ଡକୁ ପୂରଣ କରୁନାହିଁ, ତେଣୁ ଅଭିଯୁକ୍ତକୁ ମୁକ୍ତ କରାଯାଉଛି ।

ଏହି ନିଷ୍ପତ୍ତି ବିରୋଧରେ ଲୋକମାନେ ବିରୋଧ କରୁଛନ୍ତି :-

କୋର୍ଟଙ୍କ ଏହି ନିଷ୍ପତ୍ତି ଇଟାଲୀର ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଲୋକମାନେ ପ୍ରତ୍ୟେକ ୧୦ ସେକେଣ୍ଡର ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ । ଅନେକ କଳାକାର ଏବଂ ଜଣାଶୁଣା ବ୍ୟକ୍ତିତ୍ୱମାନେ ଏହି ଅଭିଯାନରେ ଯୋଗଦେଇଛନ୍ତି ।

Get real time updates directly on you device, subscribe now.