CHARIDHAM

ମନି ଲଣ୍ଡରିଂ ମାମଲା: ସେପ୍ଟେମ୍ବର ୫ ଯାଏଁ ନ୍ୟାୟିକ ହେପାଜତରେ ରହିବେ ଶିବସେନା ସାଂସଦ ସଞ୍ଜୟ ରାଉତ

ମୁମ୍ବାଇ: ସୋମବାର ଏଠାରେ ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୬୦ ବର୍ଷିୟ ରାଉତଙ୍କୁ ଅଗଷ୍ଟ ୧ରେ ଇଡି ଗିରଫ କରିଥିଲା ଯାହା ଉପାନ୍ତ ସହର ଗୋରେଗାଓଁରେ ଥିବା ପାଟ୍ରା ଚାଲ୍‌ ପୁନ ନିର୍ମାଣରେ ଆର୍ଥିକ ଅନିୟମିତତା ଅଭିଯୋଗରେ ହୋଇଥିଲା ।ପ୍ରାରମ୍ଭରେ ଇଡିଙ୍କ ହେପାଜତରେ ରହିବା ପରେ ଶିବସେନା ନେତାଙ୍କୁ ଅଗଷ୍ଟ ୮ରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ସୋମବାର ସ୍ୱତନ୍ତ୍ର ଜଜ୍‌ ଏମ୍‌ ଜି ଦେଶପାଣ୍ଡେ, ମନି ଲଣ୍ଡରିଂ ଆକ୍ଟ ସହ ଜଡିତ ମାମଲାର ଶୁଣାଣି କରି ରାଉତଙ୍କ ହେପାଜତକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଇଡି କୋର୍ଟକୁ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଜାରି ରହିଛି ।