fbpx

ଦେଶରେ ବଢ଼ିଲା କୋଭିଡ ସଂକ୍ରମଣ, ଗୋଟିଏ ଦିନରେ ସଂକ୍ରମଣ ହାର ୩୫ % କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ କରୋନା କେସ୍ ୩୫.୨ ପ୍ରତିଶତ ବଢ଼ିଛି, ଯାହା ଚିନ୍ତାଜନକ । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୩ ହଜାର ୭୧୨ ନୂଆ ସଂକ୍ରିତ ଚିହ୍ନଟ ହୋଇଛନ୍ତି । ଏହା ସହ ୫ ଜଣଙ୍କ ମୃତ୍ୟୁ ହୋଇଛି ।

କୋଭିଡ ମାମଲାରେ ଶୀର୍ଷରେ ୫ ରାଜ୍ୟ ମାନଙ୍କ ମଧ୍ୟରେ କେରଳରେ ୧୧୯୭ ନୂଆ ରୋଗୀ, ମହାରାଷ୍ଟରେ ୧୦୮୧, ଦିଲ୍ଲୀରେ ୩୬୮, ହରିୟାଣାରେ ୧୮୭ ଏବଂ କର୍ଣ୍ଣାଟକରେ ୧୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୮୧.୧୨ ପ୍ରତିଶତ କେବଳ ଏହି ପାଞ୍ଚ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କୋଭିଡରେ ୫,୨୪,୬୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଭାରତର ରିକଭରୀ ରେଟ ୯୮.୭୪ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ କରୋନାର ୧୯୫୦୯ ଆକ୍ଟିଭ କେସ ରହିଛନ୍ତି । କୋଭିଡକୁ ରୋକିବା ପାଇଁ ଟିକାକରଣ ଜାରି ରହିଛି ।

Get real time updates directly on you device, subscribe now.