କୋରନାରେ ହନ୍ତସନ୍ତ ହେଲାଣି ଚୀନ: ହସପିଟାଲରେ ମିଳୁନାହିଁ ବେଡ୍, ଘରେ ଚିକିତ୍ସା ହେବାକୁ ପରାମର୍ଶ

ବେଜିଂ: ଚୀନର କୋରନା ପରିସ୍ଥିତି ଜନବହୁଳଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଲଗାତାର କୋଭିଡ ରୋଗୀଙ୍କ ସଂଖ୍ୟା ବଢିବା ହେତୁ ଚିକିତ୍ସା କରିବା ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇସାରିଛି । ଏଭଳି ପରିସ୍ଥିତି ହସପିଟାଲ ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଭେଣ୍ଟିଲେଟର ଏବଂ ଔଷଧର ଅଭାବ ଦେଖାଦେଇଛି । ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା କମ ମଧ୍ୟ ରହିଛି । ଚୀନରେ ସାଧାରଣ ଲୋକଙ୍କ ଅପେକ୍ଷା ହସପିଟାଲରେ ସଂକ୍ରମଣ ଅଧିକ ଦେଖିବାକୁ ମିଳିଛି । ହସପିଟାଲରେ ଅନେକ କର୍ମଚାରୀଙ୍କୁ ସଂକ୍ରମଣ ହୋଇସାରିଲାଣି । ଚୀନ ମିଡ଼ିଆ ରିପୋର୍ଟ ଅନୁସାରେ, ହସପିଟାଲରେ ଡାକ୍ତରଙ୍କ ସଂଖ୍ୟା କମ ରହିଥିବା ବେଳେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

ନୂତନ ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଚୀନରେ ୧୦ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ଏହି ପରିସ୍ଥିତିରେ ଚୀନ ନିଜର କୋଭିଡ଼ ଅପଡେଟ ରିଲିଜ କରିବା ବନ୍ଦ କରିଦେଇଛି । ତେବେ ଲଣ୍ଡନ ସ୍ଥିତ ଆନାଲିଟିକ୍ସ ଫାର୍ମ ଏୟାରଫିନିଟି ଲିମିଟେଡ ତଥ୍ୟ ଅନୁସାରେ, ଚୀନରେ ଯେବେଠାରୁ ଜିରୋ କୋଭିଡ୍ ପଲିସି ଉଠାଯାଇଥିଲା, ସେବେଠାରୁ ଓମିକ୍ରନର ନୂତନ ଉପ-ପ୍ରକାର ଅଧିକ ଅକ୍ରମଣାତ୍ମକ ହୋଇପଡିଛି । ଏହି କାରଣରୁ ଆସନ୍ତା ଏକ ମାସ ମଧ୍ୟରେ କରୋନାର ନୂତନ ମାମଲା ୩.୭ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ । ତେବେ ମାର୍ଚ୍ଚମାସ ସୁଧା ଏହି ସଂଖ୍ୟା ୪.୨ ନିୟୁତରେ ପହଁଚିପାରେ ବୋଲି ଗବେଷଣାରୁ ଜଣାପଡିଛି ।

ଚୀନ କୋଭିଡ ସଂକ୍ରମଣର କୌଣସି ବୃଦ୍ଧି ସଂଖ୍ୟା ପ୍ରକାଶ କରୁନାହିଁ । କିନ୍ତୁ ବେଜିଂରେ ସଂକ୍ରମଣ ହାର ୫୦ ପ୍ରତିଶତରୁ ଅଧିକ ହୋଇପାରେ । ଏପରିକି ସର୍ବାଧିକ ଅଞ୍ଚଳରେ ୭୦ ପ୍ରତିଶତ ଅଧିକ ହୋଇପାରେ । ଓମିକ୍ରନ ପାଇଁ ଖୁବ କମ ଲୋକ ମୃତ୍ୟୁ ବରଣ କରିଛନ୍ତି, ହେଲେ ବୃଦ୍ଧାବୃଦ୍ଧଙ୍କ ପାଇଁ ଚୀନକୁ ଏକ ବଡ଼ ଝଟକା ଦେଇପାରେ । ବ୍ଲ୍ୟୁମବର୍ଗ ରିପୋର୍ଟ ଅନୁଯାୟୀ, କୋରନା ଭାଇରସର ପ୍ରକୋପ ପାଇଁ ଚୀନ ରାଜଧାନୀ ହସପିଟାଲରେ ରୋଗୀ ଭର୍ତ୍ତି ହୋଇଯାଇଥିଲେ ।

୧୦୪ଡିଗ୍ରୀ ଜ୍ୱରରେ ପୀଡିତ ବୃଦ୍ଧ ରୋଗୀମାନେ ଡାକ୍ତରଖାନା ବାହାରେ ଛଅ ଘଣ୍ଟା ଅପେକ୍ଷା କରିବା କିମ୍ବା ଘରକୁ ଯିବାର ବିକଳ୍ପ ରହୁଛି। ଅନେକ ରୋଗୀ ଘରକୁ ଯିବାର ବିକଳ୍ପ ବାଛୁଛନ୍ତି । ଗତ ସୋମବାର ଦିନ ଚାଇନାର ସ୍ୱାସ୍ଥ୍ୟ ଅଧିକାରୀ କେବଳ ଦୁଇଟି ଅତିରିକ୍ତ ମୃତ୍ୟୁ ଘୋଷଣା କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ମୃତ୍ୟୁ ସଂଖ୍ୟା ଏତେ କମ୍ ବୋଲି ଚାଇନାରେ କେହି ବିଶ୍ୱାସ କରୁ ନାହାନ୍ତି। କାରଣ ଅନେକ ଲୋକ ବୃଦ୍ଧ ପରିବାର ସଦସ୍ୟ କିମ୍ବା ପଡ଼ୋଶୀଙ୍କ ମୃତ୍ୟୁ ଦେଖିଛନ୍ତି।