fbpx

ରାଜ୍ୟରେ ସ୍କୁଲ ଖୋଲିବା ନେଇ ଆସିଲା କୋଭିଡ ନିୟମ, ଜାଣନ୍ତୁ କ’ଣ

Advertisement

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ଆସନ୍ତା ଜାନୁଆରୀ ୮ରେ ସ୍କୁଲ ଖୋଲିବାକୁ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଖୋଲିବାକୁ ନେଇ ଜାରି ହୋଇଛି କୋଭିଡ ନିୟମ । ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଅବରୋଧ ଅଞ୍ଚଳ ଭିତରେ ରହୁଥିବା ଛାତ୍ରଛାତ୍ରୀ , ଶିକ୍ଷକଙ୍କୁ ସ୍କୁଲ ଆସିବା ମନା । ଅବରୋଧ ଅଞ୍ଚଳ ଘୋଷଣା ହେଲେ ତୁରନ୍ତ ସ୍କୁଲ ବନ୍ଦ ହେବ । ସ୍କୁଲ ପରିସରର ସାଧାରଣ ସ୍ଥାନଗୁଡିକୁ ବାରମ୍ବାର ସାନିଟାଇଜ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ । ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ । ଯେବେ ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ, ସେବେ ଏସଓପି ଜାରି ହେବ ।

ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ । ସ୍କୁଲ ଖୋଲିବା ପରେ ବି ଅନଲାଇନ କ୍ଲାସ ଜାରି ରହିବ । କେଉଁ ସମୟରେ ପାଠପଢ଼ା ହେବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ । ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ । କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ । ରୋଲ ନମ୍ବର ଅନୁସାରେ କ୍ଲାସରୁମ ନିର୍ଦ୍ଧାରଣ କରାଯିବ । ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ । ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ । ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସମାଗ୍ରୀ ବିକ୍ରିି କରିବାକୁ ମନା ହୋଇଛି ।

Get real time updates directly on you device, subscribe now.