ନୂଆଦିଲ୍ଳୀ: କରୋନା ସମୟରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଏଭଳି ପରସ୍ଥିତିରେ ଜଣେ ବସ ମାଲିକ ନିଜର ବସ ଗୁଡିକୁ କିଲୋ ଦରରେ ବିକିଛନ୍ତି । ବସ ଗୁଡିକ ଯାତାୟତ ଉପରେ କଟକଣା ରହିଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ବିଗତ ଏକ ବର୍ଷ ମଧ୍ୟରେ କେରଳରେ ଘରୋଇ ବସ୍ ସଂଖ୍ୟା ୧୪ ହଜାରରୁ ଖସି ୧୨ ହଜାରରେ ପହଞ୍ଚିଛି । ଏପରି ଅବସ୍ଥାରେ ବସ ଗୁଡିକୁ କବାଡିଆରେ ବିକ୍ରି କରିବାକୁ ପଡୁଛି । ଜଣେ ବ୍ୟକ୍ତି ନିଜର ବସ ଗୁଡିକୁ କବାଡିଆରେ କିଲୋ ପିଛା ୪୫ ଟଙ୍କାରେ ବିକ୍ରି କରିଛନ୍ତି ।
କୋଚିରେ ରହୁଥିବା ରୟସନ ଯୋଶେଫ୍ ନାମକ ଏହି ବ୍ୟକ୍ତି ଜଣଙ୍କ ରୟ ଏଜେନ୍ସି ନାମକ ବସ କମ୍ପାନୀ ଚଳାନ୍ତି । ରୟସନଙ୍କ କମ୍ପାନୀରେ ୨୦ଟି ବସ ରହିଥିବା ବିଗତ ବର୍ଷେ ମଧ୍ୟରେ ସେ ପ୍ରାୟ ୧୦ଟି ବସ ବିକି ସାରିଛନ୍ତି । କେରଳ ସରକାର ଧ୍ୟାନ ନଦେଲେ ପର୍ଯ୍ୟଟନ ଶିଳ୍ପ ଆହୁରି ତଳକୁ ଖସିବ ବୋଲି ରୟସନ କହିଛନ୍ତି ।