fbpx

ଆମେରିକାରେ ଟିକାର ବୁଷ୍ଟର୍‌ ଡୋଜ୍‌କୁ ଅନୁମତି

ୱାସିଂଟନ୍ : ଆମେରିକାରେ କରୋନା ଟିକାର ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦେବାକୁ ଅନୁମତି ମିଳିଛି । ତେବେ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ ଟିକାର ଏହି ତୃତୀୟ ଡୋଜ୍‌ ଦିଆଯିବ । ଏବେ ଆମେରିକାରେ ମଡର୍ଣ୍ଣା ଓ ଫାଇଜର ଟିକା ଦିଆଯାଉଛି । ତେଣୁ ଏହାର ତୃତୀୟ ଡୋଜ ବ୍ୟବହାର ପାଇଁ ଅନୁମତି ଦେଇଛି ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (ଏଫ୍‌ଡିଏ) । ବୁଷ୍ଟର ଡୋଜ ନେବାକୁ ଥିବା ଲୋକର ଏକ ଗ୍ରୁପ ପ୍ରସ୍ତୁତ କରାଯାଇଛି । ଏହି ଗ୍ରୁପରେ ଗମ୍ଭୀର ରୋଗାକ୍ରାନ୍ତ, ବୟସ୍କ ଲୋକଙ୍କୁ ସାମିଲ କରାଯାଇଛି । ଏଫ୍‌ଡିଏ କମିଶନର ଜେନେଟ୍‌ ବୁଡଫାଙ୍କ କହିଛନ୍ତି ଯେ ଦେଶରେ ଏବେ କରୋନାର ତୃତୀୟ ଲହର ଦେଖା ଦେଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.