fbpx

ରାଜଧାନୀରେ ମିଳିବ ପ୍ରିକସନ ଡୋଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମିଳିବ ପ୍ରିକସନ ଡୋଜ୍ ଟିକା । କୋଭିସିଲଡ୍ ଟିକା ନେଇଥିବା ରାଜଧାନୀ ବାସିନ୍ଦାଙ୍କୁ ମିଳିବ ଏହି ପ୍ରିକସନ ଡୋଜ । ଯେଉଁଠାରେ ବି ଟିକା ନେଇଥିଲେ ଚଳିବ । ଅର୍ଥାତ୍ ଆପଣ ଯେକୌଣସି ସ୍ଥାନରେ ଟିକା ନେଇଥିଲେ ବି ପ୍ରିକସନ ଡୋଜ୍ ନେଇପାରିବେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛିି ବିଏମସି ।

ତେବେ କୋୱିନ ଆପରେ ନାଁ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆଯାଇଛି । ଆପରେ ପଞ୍ଜିକରଣ ନହେଲେ ସିଧାସଳଖ ଟିକା କେନ୍ଦ୍ରରୁ ଭ୍ୟାକ୍ସିନ୍ ନେଇପାରିବେ । ୟୁନିଟ-୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରିକସନ ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି । ଏହା ସହ ଚନ୍ଦ୍ରଶେଖରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ସୁବିଧା ମିଳିବ ।

Get real time updates directly on you device, subscribe now.