fbpx

ପିଲାଙ୍କ ସହ ଫୁଟବଲ୍ ଖେଳିଲା ଗାଈ, ଭିଡିଓ ହେଲା ଭାଇରାଲ୍

Advertisement

ଫୁଟବଲ ଖେଳିବାକୁ ପ୍ରାୟତଃ ଅଧିକାଂଶ ପିଲା ଭଲ ପାଆନ୍ତି । ତେବେ ଆପଣ କେବେ କୌଣସି ଗାଈକୁ ଫୁଲବଲ ଖେଳିବାର ଦେଖିଛନ୍ତି କି? ତା’ ପୁଣି ଛୋଟ ଛୋଟ ପିଲାଙ୍କ ସହ । ଗୋଟିଏ ଗାଈ ଛୋଟ ପିଲାଙ୍କ ସହ ଫୁଟବଲ ଖେଳୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଖେଳ ପଡ଼ିଆରେ କିଛି ପିଲାଙ୍କ ସହ ଗାଈଟି ଫୁଟବଳ ଖେଳୁଥିବାର ଦେଖାଯାଉଛି ।

ଏହି ଘଟଣାଟି ଘଟିଛି ଗୋଆରେ, ଯାହାକୁ ଦେଖିବା ପରେ ଦେଖଣାରୀଙ୍କର ହୋସ୍ ଉଡ଼ିଯାଇଛି । ଭିଡିଓରେ ପିଲାମାନେ ଫୁଲବଲ ପଛରେ ଦୌଡ଼ିବା ପରି ଗାଈଟି ମଧ୍ୟ ଫୁଟବଲ ପଛରେ ଦୌଡ଼ୁଥିବାର ଦେଖାଯାଉଛି । ଗାଈଟି ପ୍ରଥମେ ଫୁଟବଲକୁ ନିଜ ଗୋଡ଼ରେ ଚାପି ଧରୁଛି । ଯଦି କେହି ତା’ ପାଖକୁ ଫୁଟବଲ ଆଣିବାକୁ ଯାଉଛି ତେବେ ସେ ନିଜର ଶିଙ୍ଗ ଦେଖାଇ ଡରାଇ ଦେଉଛି । ଶେଷରେ ଗୋଟିଏ ପିଲା ଗାଈଠାରୁ ଫୁଟବଲ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲା । ଏହାପରେ ଗାଈଟି ପୁଣି ଫୁଟବଲପଛରେ ଦୌଡ଼ୁଥିବା ଦେଖାଯାଉଛି । ବାସ୍ତବିକ ଗାଈ ପରି ଗୋଟିଏ ଗୃହପାହିତ ପଶୁ ଫୁଟବଲ ଖେଳିବା ଖବର ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.