ଭାରତର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ବସଭରାଜୁ ମୃତ, ୨୦୨୬ ମଧ୍ୟରେ ନକ୍ସଲ ମୁକ୍ତ ଭାରତ କରିବାର ଉଦ୍ଦେଶ୍ୟ ରଖିଛନ୍ତି ସୁରକ୍ଷାକର୍ମୀ
୨୦୨୬ ମଧ୍ୟରେ ନକ୍ସଲ ମୁକ୍ତ ଭାରତ କରିବାର ଉଦ୍ଦେଶ୍ୟ ରଖିଛନ୍ତି ସୁରକ୍ଷାକର୍ମୀ
ନୂଆଦିଲ୍ଲୀ: ସୁରକ୍ଷାକର୍ମୀ ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ ମହାସଚିବ ଏବଂ ସର୍ବୋଚ୍ଚ କମାଣ୍ଡର ନମ୍ବାଲା କେଶବ ରାଓ ଓରଫ ବସଭରାଜୁକୁ ମାରିବାରେ ସଫଳ ହୋଇଛନ୍ତି।
ବସଭରାଜୁ କିଏ: ବସଭରାଜୁ ମୁଣ୍ଡରେ ୧.୫ କୋଟି ଟଙ୍କାର ପୁରଷ୍କାର ରାଶି ଥିଲା। ବସଭରାଜୁ ଭାରତର ମୋଷ୍ଟ ୱାଣ୍ଟେଡ ନକ୍ସଲ ଥିଲା। ତାକୁ ସାମରିକ ମାଷ୍ଟରମାଇଣ୍ଡ ବୋଲି ବିବେଚନା କରାଯାଉଥିଲା। ତା’ର ମୃତ୍ୟୁ ମାଓବାଦୀ ବିରୋଧରେ ଦଶନ୍ଧି ଧରି ଚାଲିଆସୁଥିବା ଯୁଦ୍ଧ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।
ଜଣେ ବିଦ୍ରୋହୀ କମାଣ୍ଡରର ଉଦ୍ଦେଶ୍ୟ: ଅନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିୟାତ୍ରାପେଟା ଗାଁରେ ବସଭରାଜୁର ଜନ୍ମ ୧୯୫୫ରେ ଏକ ସାଧାରନ ପରିବାରରେ ହୋଇଥିଲା। ସେ ତାଲାଗାମରେ ନିଜର ପାଠପଢା ଆରମ୍ଭ କରିଥିଲେ। ଏହାପରେ ସେ ଇଞ୍ଜିନିୟରିଂ କରିଥିଲେ।
କଲେଜ ସମୟରେ ସେ ରାଜନୀତି କରୁଥିଲେ। ୧୯୮୪ରେ ସେ ଏମ.ଟେକ୍ର ପଢୁଥିଲେ। କିନ୍ତୁ ପଢା ମଝିରୁ ଛାଡ଼ିଦେଇଥିଲେ ଏବଂ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ।
ଏହା ଏପରି ଏକ ନିଷ୍ପତ୍ତି, ଯାହା ନିଜ ପରିବାର ଏବଂ ପୂର୍ବରୁ ଥିବା ସମସ୍ତଙ୍କ ସହ ସଂପର୍କ କାଟିବାକୁ ବାଧ୍ୟ କରିଥିଲା।
୨୦୨୬ ସୁଦ୍ଧା ହେବେ ନକ୍ସଲ ନିପାତ: ମାଓବାଦୀ କମାଣ୍ଡ ଗଠନ ଏବେ ଖଣ୍ଡବିଖଣ୍ଡିତ ହୋଇଥିବା କୁହାଯାଉଛି, ବଞ୍ଚି ରହିଥିବା ନେତାମାନେ ପୃଥକ ଛୋଟ ଗୋଷ୍ଠୀରେ କାର୍ଯ୍ୟ କରୁଛନ୍ତି।
୨୦୨୬ ସୁଦ୍ଧା ମାଓ ବିପଦକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ଲକ୍ଷ୍ୟରେ ସୁରକ୍ଷା ବାହିନୀ ୨୦୨୫ ଶେଷ ସୁଦ୍ଧା ଅବଶିଷ୍ଟ ନେତୃତ୍ୱକୁ ସମାପ୍ତ କରିବାକୁ କିମ୍ବା ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବାକୁ ଲକ୍ଷ୍ୟ ରଖିଛି।
ଶୀର୍ଷ ଅଧିକାରୀଙ୍କ ଅନୁଯାୟୀ, ଏହି ଅପରେସନ କେବଳ ଏକ କୌଶଳଗତ ସଫଳତା ନୁହେଁ – ଏହା ଏକ ମନସ୍ତାତ୍ତ୍ୱିକ ମୋଡ଼। ଡିଜିପି ଗୌତମ କହିଛନ୍ତି, “ଏହା ମାଓବାଦୀଙ୍କ ଅପରାଜିତାର ମିଥ୍ୟାକୁ ଭାଙ୍ଗି ଦେଇଛି ଏବଂ ଭାରତର ହୃଦୟରେ ଉଗ୍ରବାଦ ମୁକ୍ତ ଭବିଷ୍ୟତ ପାଇଁ ଆଶାକୁ ପୁନଃଜାଗୃତ କରିଛି।”