ଭୋକ ବିକଳରେ ଗୋଟା ମାଛ ଗିଳିଦେଲା ବଗ: ଅନ୍ତ ଫାଡ଼ି ବାହାରି ଆସିଲା କୋଚିଆ

ଭୁବନେଶ୍ୱର: ଓଡ଼ିଆରେ ଏକ କଥା ଅଛି- ଲୋଭ, ଲୋଭରୁ ପାପ, ପାପରୁ ମୃତ୍ୟୁ । ବାସ୍ତବରେ ବର୍ତ୍ତମାନର ସମାଜକୁ ଦେଖିଲେ ସ୍ପଷ୍ଟ ଜଣି ହେଉଛି । ସବୁଠି ବାରିହେଉଛି ସ୍ୱାର୍ଥପରତାର ଗନ୍ଧ ।

ଆବଶ୍ୟକତା ଠାରୁ ଅଧିକ ପଛରେ ଧାଉଁଛି ମଣିଷ । ଲୋଭରେ କିଏ ଚୋରୀ କରୁଛିତ କିଏ ପୁଣି ଲାଞ୍ଚ ନେଉଛି । ସବୁଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ଦୂର୍ନୀତିର ଚିତ୍ର ।

ଲୋଭକୁ ନେଇ ଏମିତି ଏକ ଖବର ଆସିଛି । ଖାଦ୍ୟ ବିକଳରେ କିପରି ଏକ ବଗ ମୃତ୍ୟୁ ମୁଖକୁ ଯାଇଛି । ସେନେଇ ସୋସିଆଲ ମିଡିଆରେ ଏକ ଫଟୋ ଷ୍ଟୋରୀ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଏହି ସବୁ ଫଟୋକୁ ଦେଖିଲେ ଆପେ ଆପେ ବୁଝି ହୋଇଯିବ ପୁରା ଘଟଣା ସମ୍ପର୍କରେ । ଭୋକ ବିକଳରେ ଏକ ବଗ କୋଚିଆ ମାଛକୁ ଗୋଟା ଗିଳି ଦେଇଥିଲା ।

ହେଲେ, କିଛି ସମୟ ଉଡ଼ିବା ପରେ କୋଟିଆଟି ବଗର ପେଟ ଚିରି ବାହାରକୁ ଆସିଥିଲା । ପରେ ସେହି ବଗ ଉପରେ ଫଟୋ ଗ୍ରାଫର ପୁରା ନଜର ରଖିଥିଲେ । ଏବଂ ବଗର ବିଭିନ୍ନ ଫଟୋ ମଧ୍ୟ ଉଠାଇଥିଲେ ।

ଯାହାକୁ ସୋସିଆଲ ମିଡିଆ ପେଲାଟଫର୍ମ ଇନଷ୍ଟାଗ୍ରାମରେ wildtrails.in ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏବେ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ଅନେକ ଲୋକ ଦେଖି ଲାଇକ୍ କରିବା ସହ ବିଭିନ୍ନ କମେଣ୍ଟ କରୁଛନ୍ତି ।

 

View this post on Instagram

 

A post shared by WildTrails.in (@wildtrails.in)