fbpx

(Video) ଗୋଟିଏ ବିଲ୍ଡିଂରୁ ଅନ୍ୟ କୋଠାକୁ ଡେଇଁ ଷ୍ଟଣ୍ଟ କରୁଥିଲେ ଏହି ବ୍ୟକ୍ତି! ହେଲା ଦୁର୍ଘଟଣା, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ଦୁର୍ଘଟଣା କାହା ସହିତ ଏବଂ କେତେବେଳେ ହେବ ତାହା କେହି କହିପାରିବେ ନାହିଁ । ବେଳେବେଳେ ଆମେ ନ ଚାହିଁ ମଧ୍ୟ ଦୁର୍ଘଟଣାର ଶିକାର ହେଇଯାଉ । କିନ୍ତୁ କିଛି ଲୋକ ଦୁନିଆରେ ଏପରି ମଧ୍ୟ ଅଛନ୍ତି, ସେମାନେ ଜାଣି ଜାଣି ଭୁଲ କରନ୍ତି । ଆମେ ଏପରି ଏଥିଲାଗି କହୁଛୁ କାରଣ ଏପରି କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି କାରକୁ ଗୋଟିଏ ବିଲ୍ଡିଂରୁ ଅନ୍ୟ ଏକ ବିଲ୍ଡିଂକୁ ଡେଇଁ ଷ୍ଟଣ୍ଟ କରି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଏହି ଷ୍ଟଣ୍ଟର ଭିଡିଓ ସିସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କିଛି ଲୋକଙ୍କ ମୁଣ୍ଡରେ ଷ୍ଟଣ୍ଟର ନିଶା ଏପରି ରହିଥାଏ ଯେ, ସେମାନେ ନିଜ ଜୀବନ କଥା ମଧ୍ୟ ଭାବିନଥାନ୍ତି । ସେହିପରି ବର୍ତ୍ତମାନ ଇଣ୍ଟରନେଟରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କାର ଷ୍ଟଣ୍ଟର ପରିଣତି କଣ ହେଲା ତାହା ଦେଖିବା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ଭାଇରାଲ ଭିଡିଓରେ କିଛି ଲୋକ ଗ୍ରୁପ ହୋଇ ଏହି କାର ଷ୍ଟଣ୍ଟର ପ୍ରସ୍ତୁତି ଚଳାଇଥିଲେ । ଏହି ଷ୍ଟଣ୍ଟରେ ଏକ କାରକୁ ବ୍ୟବହାର କରାଯାଇଛି । ଯେଉଁଥିରେ ଏକ ଡ୍ରାଇଭର ଗୋଟିଏ କୋଠାରୁ ଅନ୍ୟ କୋଠାକୁ କାର ଷ୍ଟଣ୍ଟ କରୁଥିଲା । ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଏକ କୋଠା ଉପରେ କାର ଠିଆ ହୋଇଛି । ଯେଉଁଥିରେ ଡ୍ରାଇଭର ଦ୍ରୁତ ଗତିରେ କାର ଚଳାଇ ସେହି କୋଠାରୁ ଅନ୍ୟ କୋଠାକୁ ଷ୍ଟଣ୍ଟ ମାରୁଛି । ହେଲେ ସେ ଅନ୍ୟ କୋଠାକୁ ନ ଯାଇ ପାରି ସେହି କୋଠାରେ ମାଡ ହୋଇ ତଳେ ପଡିଯାଉଛି ।

ଭିଡିଓରେ ଦେଖାଯାଉଛି ଯେ, କାର ତଳେ ପଡିବା ପରେ କାରର ଅବସ୍ଥା ଅତ୍ୟନ୍ତ ସୋଚନୀୟ ହୋଇପଡିଛି । ଗ୍ରୁପର ଲୋକ ଦୌଡି ତାଙ୍କୁ ଦେଖିବାକୁ ଯାଇଥିଲେ । ତେବେ ସବୁଠାରୁ ଆଶ୍ୱସ୍ତିର କଥା ଏହା ଯେ, ସେହି କାରଟି ଚଳାଉଥିବା ଡ୍ରାଇଭରର କୌଣସି କ୍ଷତି ହୋଇନାହିଁ ଏବଂ ସେ କାରରୁ ବାହାରୁ ଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Stanley (@extreemly_talented)

Get real time updates directly on you device, subscribe now.