fbpx

(Video) ଟର୍ଚ୍ଚ ଲାଇଟରେ ହେଉଛି ଶବଦାହ; ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ

ନବରଙ୍ଗପୁର: ନା ଅଛି ଲାଇଟ ନା ଆଉ କିଛି ବ୍ୟବସ୍ଥା । ଅନ୍ଧାରରେ ଆହୁରି ଭୟଙ୍କର ଦିଶୁଛି ଉମରକୋଟର ମଶାଣୀ । ଏଠାରେ ପରିସ୍ଥିତି ଏମିତି ଯେ, ଶବଦାହ କରିବା ପାଇଁ ବି ସାହସ ପାଏନି । ଆଉ ଏମିତି ସ୍ଥିତିରେ ଏବେ ମୋବାଇଲ ଟର୍ଚ୍ଚ ଏବଂ ଗାଡି ଲାଇଟରେ କରାଯାଉଛି ଅନ୍ତିମ ସଂସ୍କାର ।

ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଉମରକୋଟ ଶ୍ମଶାନର । ଯେଉଁଠାରେ ଟର୍ଚ୍ଚ ଲାଇଟ ଆଉ ବାଇକ ଆଲୁଅରେ କରାଯାଉଛି ଶବଦାହା । ଏଠି ଲାଇଟ ଅଛି କିନ୍ତୁ ଯଦି କିଛି ଜିନିଷର ଅଭାବ ଅଛି ତାହା ହେଉଛି ରକ୍ଷଣା ବେକ୍ଷଣ । ଏ ଘଟଣା କେବଳ ଆଜିର ନୁହେଁ, ପ୍ରତ୍ୟେକ ସମୟରେ ଏଠି ଲାଇଟ ଅଭାବରୁ ଏମିତି ପରିସ୍ଥିତି ସୃଷ୍ଟି ହୁଏ ବୋଲି ଗ୍ରାମବାସୀ କହିଛନ୍ତି ।

ତେବେ ଗାଁ ମଶାଣୀର ଏମିତି ପରିସ୍ଥିତିକୁ ସୁଧାରିବା ସହିତ ସୁବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.