fbpx

କଙ୍ଗାରୁ ବିଜୟ ପରେ ସଡକ ସାଜିଲା ଜନସମୁଦ୍ର, ଆଫଗାନିସ୍ତାନ ପ୍ରଶଂସକ ମଧ୍ୟରେ ଉତ୍ସାହ..

ଓଡିଶା ଭାସ୍କର: ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଆଫଗାନିସ୍ତାନ ଅ ଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରିଛି । ଏହି କଙ୍ଗାରୁ ବିଜୟ ପରେ ରସିଦ ଖାନଙ୍କ ଅଧିନାୟକତ୍ୱ ଆଫଗାନିସ୍ତାନ ଟିମ୍ ର ଖେଳାଳିମାନେ ବହୁତ ଭିନ୍ନ ଭାବରେ ଏହି ବିଜୟକୁ ସେଲି ବ୍ରେଟ କରିଛନ୍ତି । ତାହାସହିତ ଆଫଗାନିସ୍ତାନ ପ୍ରଶଂସକ ମଧ୍ୟ ବେଶ୍ ଖୁସିରେ କଙ୍ଗାରୁର ଏହି ଚିତପଟାଙ୍ଗଙ୍କୁ ପାଳନ କରିଛନ୍ତି । ଯାହାର ଫଟୋ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସେୟାର କରିଛି । ଏହି ଫଟୋରେ ଦେଖିବାକୁ ମିଳୁଛି ଫ୍ୟାନ୍ସ କେମିତି ନିଜ ଘରୁ ବାହାରି ସଡକକୁ ଜନସମୁଦ୍ର କରି ପାରିଛନ୍ତି । ସଡକରେ ପ୍ରଶଂସକଙ୍କୁ ଦେଖିଲେ ଲାଗୁଛି ସେଠାରେ ଇଦ ବା ରମଜାନ ପାଳନ କରାଯାଉଛି । ବାଣରେ ଫାଟି ପଡୁଛି ଆକାଶ । ମକ୍କାରେ ହେଉଥିବା ଭିଡ ଭଳି ଆଫଗାନିସ୍ତାନ ଫ୍ୟାନ୍ସଙ୍କ ଦ୍ୱାରା ସଡକ ଜାମ ହୋଇ ଜନସମୁଦ୍ରରେ ଉଛୁଳି ପଡୁଛି । ସୋସିଆଲ ମିଡିଆରେ ଭାଇରାଲ ଏହି ଫଟୋରେ ଭିଡ ହିଁ ଭିଡ ଦେଖିବାକୁ ମିଳୁଛି ।
ସୋସିଆଲ ମିଡିଆରେ ଭାଇରାଲ ଏହି ଫଟୋରେ ୟୁଜର୍ସ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କହିରଖୁ, ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୧୪୮ ରନ କରିଥିଲା । ଜବାବରେ ଅ ଷ୍ଟ୍ରେଲିଆ ୧୯.୨ ଓଭରରେ ୧୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ୨୧ ରନ ରେ ଏହି ମୁକାବିଲାକୁ ଜିତି ଆଫଗାନିସ୍ତାନ ଦଳ ସେମିଫାଇନାଲ ରାସ୍ତାକୁ ଆହୁରି ସଶକ୍ତ କରିଛି । ଆଫଗାନିସ୍ତାନ ସୁପର ୮ ରେ ତାହାର ଆଗାମୀ ମୁକାବିଲା ବାଂଲାଦେଶ ସହ ଖେଳିବ । ଫ୍ୟାନ୍ସ ମଧ୍ୟ ଆଫଗାନିସ୍ତାନ ଏଥର ବିଶ୍ୱକପ ଫାଇନାଲ ଖେଳିବ ବୋଲି ଆଶା ରଖିଛନ୍ତି । କ୍ରିକେଟ ସମୀକ୍ଷକମାନେ ବି ଆଫଗାନିସ୍ତାନକୁ ସାଧାରଣ ଦଳରୁ ସଶକ୍ତ ଦଳର ଆଖ୍ୟା ଦେବାରେ ଲାଗିଲେଣି ।

Get real time updates directly on you device, subscribe now.