fbpx

କ୍ରିକେଟ ଖେଳାଳିଙ୍କ ବଡ଼ କାରନାମା: ୧୪ ବର୍ଷୀୟା ପ୍ରେମିକାଙ୍କୁ ବ୍ଲାକମେଲିଂ, ଲୁଟିନେଲେ ଲକ୍ଷ ଲକ୍ଷ, ଶେଷରେ ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ପ୍ରେମଜନିତ ଅନେକ ଅପରାଧିକ ମାମଲା ଦେଖିବାକୁ ମିଳିଛୁ । ଅନଲାଇନରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କ, ଅଶ୍ଲିଳ ଭିଡିଓ ଭାଇରାଲ, ସାଇବର ଠକେଇ ପର୍ଯ୍ୟନ୍ତ ମାମଲା ଯାଉଛି । ତେବେ ନିକଟରେ ଓଡ଼ିଶାରେ ଏଭଳି ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ରାଜ୍ୟର ଜଣେ ଯୁବ କ୍ରିକେଟର ଗିରଫ ହୋଇଛନ୍ତି ।

ସୂଚନା ମୁତାବକ, ରାଜ୍ୟର ଜଣେ ଅଣ୍ଡର-୧୯ କ୍ରିକେଟ ଖେଳାଳି ଓଏଲଏକ୍ସରେ ମୋବାଇଲ ଫୋନ୍ ବିକ୍ରି ବିଜ୍ଞାପନ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ୨୧ ବର୍ଷୀୟ ଯୁବକଙ୍କ ଠାରୁ ପୋଲିସ ଫୋନ, ସିମ ସହିତ ଦୁଇଟି ଆକାଉଣ୍ଟରୁ ୮୦ ହଜାର ଟଙ୍କା ଜବତ କରିଛି । ଗତ ୨୦୧୬-୧୭ରେ ଉକ୍ତ ଯୁବକ ଜଣଙ୍କ ରାଜ୍ୟ ପାଇଁ ଅଣ୍ଡର-୧୯ କ୍ରିକେଟ ଖେଳିଥିଲେ । ଛାତରୁ ଡେଇଁ ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ସମ୍ପୃକ୍ତ କ୍ରିକେଟରକୁ ପୋଲିସ କାବୁ କରିନେଇଥିଲା ।

ଅଭିଯୁକ୍ତ ଯୁବକ ଅନଲାଇନରେ ବିଜ୍ଞାପନ ଦେଇ ଲୋକଙ୍କୁ ଆକାଉଣ୍ଟ ନମ୍ବର ବା ୟୁପିଆଇ ନମ୍ବର ପଠାଇବାକୁ କହୁଥିଲେ । କମ୍ ଦାମରେ ମୋବାଇଲ ବିକ୍ରିର ଲୋଭ ଦେଖାଇ ସେ ଲୋକଙ୍କୁ ଫସାଉଥିଲେ । ଏଭଳି ଭାବେ ସେ ଅନେକ ଲୋକଙ୍କୁ ଚୁନା ଲଗାଇଥିଲେ । ଏଭଳି ଚତୁର ଚୋର ନିକଟରେ ପୋଲିସ ପହଞ୍ଚିବା କାଠିକର ପାଠ ହେଉଥିଲା । କେବଳ ସେତିକି ନୁହେଁ ରାଜଧାନୀର ନୂଆପଲ୍ଲୀ ଅଞ୍ଚଳର ଜଣେ ୧୪ ବର୍ଷୀୟା ଯୁବତୀଙ୍କୁ ଉକ୍ତ କ୍ରିକେଟର ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ସୁନାଗହଣା ହଡ଼ପ କରିନେଇଥିଲେ । ପରବର୍ତ୍ତୀ ସମୟରେ ଯୁବକ ଉକ୍ତ ତାଙ୍କ ନାବାଳିକା ପ୍ରେମିକାଙ୍କ କିଛି ଅଶ୍ଲୀଳ ଭିଡିଓ ରେକର୍ଡ କରି ନେଇ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ପ୍ରେମିକାଙ୍କ ଗହଣାକୁ ବ୍ୟାଙ୍କରେ ବନ୍ଧକ ରଖି ଲକ୍ଷ ଲକ୍ଷ ଟଙ୍କାର ଲୋନ୍ ଆଣି ମଉଜ କରୁଥିଲେ ଉକ୍ତ ଯୁବକ । ତେବେ ଶେଷରେ ସବୁ ଖେଳ ସରିଥିଲା ଆଉ ପୋଲିସ ହାତରେ ଧରାପଡ଼ିଥିଲେ ଏହି ସାଇବର ଠକ ।

Get real time updates directly on you device, subscribe now.