fbpx

ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ, ଋଷଭ କିଛି ଦିନ ପୂର୍ବରୁ ୟୁରୋ କପରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ଦେଖିବାକୁ ଳଣ୍ଡନର ୱେମ୍ବଲି ଷ୍ଟାଡିୟମକୁ ଯାଇଥିଲେ । ଷ୍ଟାଡିୟମରେ ଋଷଭ ହଜାର ହଜାର ଲୋକଙ୍କ ସହିତ ବିନା ମାସ୍କରେ ଫଟୋ ଉଠାଇଥିଲେ । ଋଷଭଙ୍କ ଏଭଳି କାର୍ଯ୍ୟ ତାଙ୍କ ନିଜ ଉପରେ ହିଁ ଭାରି ପଡିଛି ଓ ସେ କରୋନାର ଶିକାର ହୋଇଛନ୍ତି ।

ତେବେ ଋଷଭ ପନ୍ତ ଜୁଲାଇ ୧୮ ପର୍ଯ୍ୟନ୍ତ ଆଇସୋଲୋସନରେ ରହିବେ । ଏହା ପରେ ତାଙ୍କର ପୁଣିଥରେ କରୋନା ଟେଷ୍ଟ ହେବ । ଯଦି ଋଷଭଙ୍କ ରିପୋର୍ଟ ନେଗେଟିଭ ଆସେ, ତାହେଲେ ଜୁଲାଇ ୨୦ରେ ହେବାକୁ ଥିବା ଅଭ୍ୟାସ ମ୍ୟାଚରେ ଭାଗ ନେଇପାରିବେ । ଅନ୍ୟପଟେ ବିସିସିଆଇ ସଚିବ ଜୟ ଶାହା ବ୍ରିଟେନରେ ଉପସ୍ଥିତ ଥିବା ଭାରତୀୟ ଦଳକୁ ନିକଟରେ ଇ-ମେଲ କରି କରୋନା ପ୍ରତି ସଜାଗ ରହିବାକୁ ଚେତାବନୀ ଦେଇଥିଲେ ।

ତେବେ ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଚିନ୍ତା ବଢ଼ିଛି । ଟିମ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ୨ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ଦଳରେ ସଂକ୍ରମଣ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଏହି ଖବର ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଟିମ ଇଣ୍ଡିଆ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ପରେ ବ୍ରେକରେ ଥିଲେ । ପଜିଟିଭ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଯେଉଁ ଭାରତୀୟ ଖେଳାଳି ଏବେବି କରୋନା ପଜିଟିଭ୍ ଅଛନ୍ତି ସେ ହେଉଛନ୍ତି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଦୁଇ ଖେଳାଳିଙ୍କଠାରେ ଥଣ୍ଡା ସହ କାଶ ଭଳି ହାଲୁକା ଲକ୍ଷଣ ଦେଖାଦେଇଥିଲା । କିନ୍ତୁ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ନିୟନ୍ତ୍ରଣରେ ରହିଛି ।

Get real time updates directly on you device, subscribe now.