fbpx

ମୁମ୍ବାଇ ପୋଲିସକୁ ବଡ଼ ସଫଳତା: ୭ କୋଟି ଟଙ୍କାର ଜାଲ ନୋଟ୍ ସହିତ ୭ ଗିରଫ

ମୁମ୍ବାଇ: ଜାଲ ନୋଟ୍ ଛାପିବା ଓ ଏହାର ବିତରଣ କରୁଥିବା ଏକ ଆନ୍ତଃ-ରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୁମ୍ବାଇ ପୋଲିସ । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବୁଧବାର ଦିନ ୭ ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ପାଖାପାଖି ୭ କୋଟି ଟଙ୍କାର ଜାଲ୍ ନୋଟ ଜବତ କରାଯାଇଛି ।

ତେବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ମଙ୍ଗଳବାର ସନ୍ଧ୍ୟାବେଳେ ଉପନଗରୀ ଅନ୍ତର୍ଗତ ଦହିସାର୍‌ ଚେକ୍‌ପୋଷ୍ଟ୍‌ରେ ଗୋଟିଏ କାରକୁ ଅଟକାଇଥିଲେ। କାରର ତଲାସି ନେଉଥିବା ବେଳେ କ୍ରାଇମ୍‌ ବ୍ରାଞ୍ଚ୍‌ ପୋଲିସ ୨୫୦ ବଣ୍ଡଲ୍‌ ଜାଲ୍‌ ୨ ହଜାର ଟଙ୍କିଆ ନୋଟ୍‌ ଭର୍ତ୍ତି ବ୍ୟାଗଟିଏ ପାଇଥିଲେ। ଜେରା ସମୟରେ ପୋଲିସ ସେମାନଙ୍କର ଆଉ ୩ଜଣ ସହଯୋଗୀଙ୍କ ବିଷୟରେ ସୂଚନା ପାଇଥିଲେ। ସୂଚନା ଆଧାରରେ ପୁଲିସ ପଶ୍ଚିମ ଆନ୍ଧେରି ଉପନଗରୀସ୍ଥିତ ଏକ ହୋଟେଲ୍‌ରେ ଚଢ଼ାଉ କରି ସେ ୩ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ମଧ୍ୟ ପୋଲିସ ଆଉ ୧୦୦ ବଣ୍ଡଲ୍‌ ଜାଲ୍‌ ୨୦୦୦ ଟଙ୍କିଆ ନୋଟ୍‌ ଉଦ୍ଧାର କରିଥିଲା ଯାହାର ‘ଫେସ୍‌ ଭେଲ୍ୟୁ’ ହେବ ୨ କୋଟି ଟଙ୍କା। ଜାଲ୍‌ ନୋଟ୍‌ ସହିତ ସେମାନଙ୍କ ଠାରୁ ଗୋଟିଏ ଲାପ୍‌ଟପ୍‌, ୨ଟି ମୋବାଇଲ୍‌ ଫୋନ୍‌, ୨୮,୧୭୦ ଟଙ୍କାର ଅସଲି ନୋଟ୍‌, ଆଧାର କାର୍ଡ, ପାନ୍‌ କାର୍ଡ ଏବଂ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଆଦି ଉଦ୍ଧାର କରିଛି ପୋଲିସ ।

Get real time updates directly on you device, subscribe now.