ଯାଜପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ହେବ ଖୋଳତାଡ଼

ଯାଜପୁର: ରାଜନୀତିର ପଶାପାଲିରେ ଜଳୁଛି ଯାଜପୁର । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଆକ୍ରମଣ ମାମଲା ଏବେ ଜୋର ଧରିଛି । ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି ଏହି ଆକ୍ରମଣ ମାମଲା । କାରଣ ଲିକୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଫସିଛନ୍ତି ବିଜୁ ଜନତା ଦଳର ତୁଙ୍ଗ ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ । ମାମଲା ଦିନକୁ ଦିନ ସରଗରମ ହେଉଥିବା ବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ତେବେ କ୍ରାଇମବ୍ରାଞ୍ଚ ଯାଜପୁରରେ ପହଞ୍ଚି ଖୋଳତାଡ଼ଆରମ୍ଭ କରିସାରିଛି ।

ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଯାଜପୁରରେ ପହଞ୍ଚଇଛି । ରାତିରେ ଟାଉନ ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀଙ୍କୁ ଭେଟିଥିଲା ଏହି କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ଆକ୍ରମଣ ହୋଇଥିବା ଘଟଣାସ୍ଥଳକୁ ଯାଇ ମାମଲାର ତଦନ୍ତ କରିବ ବୋଲି ଜାଣିବାକୁ ମିଳିଛି । ସେପଟେ ଆଜି ବିଧାୟକଙ୍କ ପିଏସଓଙ୍କ ବୟାନମଧ୍ୟ ରେକର୍ଡ କରାଯିବ । ଏଡିଜି ବିନୟତୋଷ ମିଶ୍ରଙ୍କ ନେତୃତ୍ୱରେ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ସ୍ପେସାଲ ଟିମ୍ । ଏହି ଟିମ୍ ରେ ଏସପି, ଡିଏସପି ରାଙ୍କର ଅଧିକାରୀଙ୍କୁ ସାମିଲ କରାଯାଇଛି । ତେବେ କ୍ରାଇମବ୍ରାଞ୍ଚର ହସ୍ତକ୍ଷେପ ପରେ ଖୁବଶୀଘ୍ର ମାମଲାର ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି । ଏହି ମାମଲା ପରେ ଜିଲ୍ଲାରେ ଶହଶହ ପୋଲିସ ଛାଉଣୀ ହୋଇ ଯାଇଥିଲେ ବି ଆକ୍ରୋଶର ନିଆଁ ଭିତରେ କୁହୁଳୁ ଥିବାର ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି । ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉ ଏଭଳି ୩ ଟି ଏତଲା ଉପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

ସୂଚନାନୁସାରେ ନିକଟରେ ଏକ କାର୍ୟ୍ୟକ୍ରମ ସାରି ନିଜ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ ଜ୍ଝ ଗାଡିର କାଚକୁ ଭାଙ୍ଗିବା ସହ ଗାଡ଼ିରୁ ଘୋଷାଡ଼ି ନେଇ ତାଙ୍କୁ ମାଡ ମରାଯାଇଥିଲା ଜ୍ଝ ଖାଲି ସେତିକି ନୁହେ ସେ ପିନ୍ଧିଥିବା ଚେନ ମଧ୍ୟ ବେକରୁ ତାଙ୍କର ଝାମ୍ପି ନେଇ ଥିଲେ ଦୁର୍ବୁତ୍ତମାନେ ଜ୍ଝ ଏନେଇ ସେ ପରଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜ୍ଝ ଅଭିଯୋଗ ପରେ ଚଳଚଂଚଳ ହୋଇ ପଡିଥିଲା ପୋଲିସ ପ୍ରଶାସନ ଜ୍ଝ ପ୍ରଥମେ ୪ ଜଣ, ଓ ପରେ ଆଉ ୧୦ ଜଣଙ୍କୁ ଅଭିଯୋଗ ଅନୁସାରେ ବାନ୍ଧିଥିଲା ପୋଲିସ ଜ୍ଝ ତେବେ ଅଭିଯୁକ୍ତମାନେ ବିଜେଡିର ସଂଗଠନ ସମ୍ପାଦକ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସଙ୍କର ଅନୁଗତ ବୋଲି ଚର୍ଚା ହେଉଛି ଜ୍ଝ ତେବେ ଏନେଇ ପ୍ରଣବ ପ୍ରକାଶ ଦାସ କୌଣସି ସ୍ପଷ୍ଟୋକ୍ତି ଦେଇନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବା ବୋଲି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଜ୍ଝ