fbpx

ଜବତ ହେଲା ୧୫ ଲକ୍ଷ ଟଙ୍କାର ଜାଲ ନୋଟ: କ୍ରାଇମବ୍ରାଞ୍ଚର ଚାଲିଛି ଖୋଳତାଡ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ସମ୍ବଲପୁର ଯୁଯୁମରା ନିକଟରେ ଜାଲ ନୋଟ କାରବାରକୁ ନେଇ ୨ ଆନ୍ତରାଜ୍ୟ ମାଫିଆକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ନିକଟରେ ବରଗଡ଼ ବରପାଲି ଠାରେ ୧୪ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଥିବା ବେଳେ ବର୍ତ୍ତମାନ ଜବତ ହୋଇଥିବା ଏହି ୧୫ ଲକ୍ଷର ଜାଲ ନୋଟକୁ ନେଇ ଚାଲିଛି ଖୋଳତାଡ଼ । ଜବତ ହୋଇଥିବା ଜାଲ ନୋଟକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଚାଲିଥିବା ଜଣାପଡ଼ିଛି ।

ମୋଦୀ ସରକାରଙ୍କ ନୋଟବନ୍ଦୀ ପରେ ମଧ୍ୟ ନିୟନ୍ତ୍ରଣକୁ ଆସିପାରୁ ନାହିଁ ଜାଲ ନୋଟର ଏହି କାରବାର । ତେବେ ଦିନକୁ ଦିନ ଜାଲ ନୋଟ କାରବାର ବଢୁଥିବାରୁ ଏହି ଜାଲ ନୋଟକୁ ନେଇ ରାଜ୍ୟବାସୀ ସତର୍କ ରହିବା ଉଚିତ ।

Get real time updates directly on you device, subscribe now.