fbpx

ଡିଜିଟାଲ୍‌ ଡେବ୍ୟୁ କରିବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ‘ଦହାଡ଼’ରେ ଦେଖିବାକୁ ମିଳିବ ଦବଙ୍ଗ ଗିରି

ମୁମ୍ବାଇ: ବଲିଉଡ୍‌ରେ ୨୦୧୦ରେ ‘ଦବଙ୍ଗ’ଫିଲ୍ମ ମାଧ୍ୟମରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ପରେ ‘ରାଉଡ଼ି ରାଠୋର’, ‘ସନ୍‌ ଅଫ୍‌ ସର୍ଦ୍ଦାର’, ‘ଦବଙ୍ଗ-୧ଓ ୨’, ‘ଲୁଟେରା’ ଭଳି ଅନେକ ଗୁଡ଼ିଏ ସଫଳ ଫିଲ୍ମରେ ତାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ଆଗକୁ ସୋନାକ୍ଷୀ ୱେବ୍‌ସିରିଜ୍‌ ‘ଦହାଡ଼’ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଅବସରରେ ଏକ ସାକ୍ଷାତକାରରେ ସେ ନିଜର ଡେଟିଂ ଜୀବନ ଓ ବିବାହ ସଂପର୍କରେ ଆଲୋଚନା କରିଛନ୍ତି ।

ସୋନାକ୍ଷୀ କହିଛନ୍ତି, ‘ମୁଁ ଜଣେ ସେଲିବ୍ରିଟି ହୋଇଥିବାରୁ ଲୋକମାନେ ମୋର ବ୍ୟକ୍ତି ଗତ ଜୀବନ ସଂପର୍କରେ ଜାଣିବାକୁ ଉତ୍ସୁକ ରହିବା ସ୍ୱାଭାବିକ କଥା । କିନ୍ତୁ ଯେଉଁଭଳି ଭାବେ ବିଗତ କିଛି ଦିନ ହେଲା ମୋର ବିବାହ ଗୁଜବ ସମ୍ପର୍କରେ ଆଲୋଚନା ଚାଲିଛି ତାହା ମୋତେ ବ୍ୟଥିତ କରିଛି । ମୋର ବାପା ମା’ ମୋ ବାହାଘରକୁ ନେଇ ଯେତେ ପ୍ରଶ୍ନ କରୁନାହାନ୍ତି ସେତେ ପ୍ରଶ୍ନ ମିଡିଆ କରୁଛି । ସୋସିଆଲ ମିଡିଆରେ ବି ଲୋକମାନେ ମୋତେ କେବଳ ବାହାଘର ସମ୍ପର୍କରେ ହିଁ ପ୍ରଶ୍ନ କରୁଛନ୍ତି । ଏଭଳି କ୍ଷେତ୍ରରେ ବ୍ୟକ୍ତିଗତ ଗୋପନୀୟତାକୁ ଗୁରୁତ୍ୱ ଦେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।’ ‘ଦହାଡ଼’ ବ୍ୟତୀତ ସୋନାକ୍ଷୀଙ୍କୁ ହରର କମେଡି ‘କାକୁଡା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ରୀତେଶ ଦେଶମୁଖ ଓ ସାକିମ୍‌ ସଲିମ୍‌ ଅଭିନୟ କରୁଛନ୍ତି । ଏହାଛଡ଼ା ସେ ‘ଡବଲ୍‌ ଏକ୍ସଏଲ୍‌’ରେ ବି ନଜର ଆସିବେ ।

Get real time updates directly on you device, subscribe now.