fbpx

ପ୍ୟାରିସ ଅଲିମ୍ପିକ୍ସ ପରେ ବିବାହ କରିବି:ଦୂତି

ନୂଆଦିଲ୍ଲୀ : ଓଡିଶାର ମହିଳା ଧାବିକା ଦୂତି ଚାନ୍ଦ କହିଛନ୍ତି ଯେ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ ପରେ ବିବାହ କରିବା ଯୋଜନା କରିଛି । ଅବଶ୍ୟ ବିହାଘର ହେଲେ ମଧ୍ୟ ଅଦାଲତଙ୍କ ଠାରୁ ପ୍ରମାଣ ପତ୍ର ମିଳିବ ନାହିଁ । କାରଣ ଭାରତରେ ସମଲିଙ୍ଗୀ ବିବାହକୁ ଆଜି ପର୍ଯ୍ୟନ୍ତ ସ୍ୱିକୃତି ମିଳିନାହିଁ । ତେଣୁ କୌଣସି ମନ୍ଦିର କିମ୍ବା ଅନ୍ୟ ସ୍ଥାନରେ ବିହାଘର ଆୟୋଜନ କରିବା ପାଇଁ ମୋ ଓକିଲ ମୋତେ ପରାମର୍ଶ ଦେଇଛନ୍ତି । ଅବଶ୍ୟ ମୋ ପାର୍ଟନରର ବୟସ ୨୨ ହୋଇଥିବା ବେଳେ ମୁଁ ୨୬ ବର୍ଷ ବୟସରେ ପଦାର୍ପଣ କରିଛି । ତେଣୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଆହୁରି କିଛି ବର୍ଷ ପ୍ରତଦ୍ୱନ୍ଦ୍ୱିତା କରିବା ଲକ୍ଷ୍ୟ ରଖିଛି ।

ତେବେ ଲିଙ୍ଗଗତ ସମସ୍ୟା ନେଇ ମୁଁ ୨୦୧୪ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାଗ ନେବାରୁ ବଞ୍ଚିତ ହୋଇ ଥିବା ବେଳେ ୨୦୧୮ରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାଗ ନେବା ସୁଯୋଗ ମିଳି ନ ଥିଲା । ତେବେ ଚଳିତ ବର୍ଷ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ୪ଗୁଣା ୧୦୦ ମିଟର ରିଲେ ଇଭେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । କାରଣ ୧୦୦ ଓ ୨୦୦ ମିଟର ଇଭେଣ୍ଟ ପାଇଁ ଯୋଗ୍ୟତା ହାସଲ କରି ପାରିଲେ ନାହିଁ । ତେଣୁ ଦୂତି କହିଛନ୍ତି ଯେ ଏହି ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିବା ଲକ୍ଷ୍ୟ ରଖିଛି । ଏଥିପାଇଁ ପ୍ରସ୍ତୁତି ଜାରି ରଖିଛି । ତେବେ ଆଗାମୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ପଦକ ହାସଲ ଲକ୍ଷ୍ୟ ରଖିଛି । କରୋନା ସଂକ୍ରମଣ କାରଣ ନେଇ ଚୀନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସ ସ୍ଥଗିତ ରହିଛି ।

Get real time updates directly on you device, subscribe now.