ରାମମନ୍ଦିର ଛକରେ ଭିଡ଼: ଏକାଠି ହେଲେ କଂଗ୍ରେସ ନେତା ଓ କର୍ମୀ
ବିଧାନସଭା ଘେରିବ କଂଗ୍ରେସ, ରାମ ମନ୍ଦିର ଛକରେ ଏକାଠି ହେଉଛନ୍ତି କଂଗ୍ରେସ ନେତା ଏବଂ କର୍ମୀ
ଭୁବନେଶ୍ୱର: ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ଏ ନେଇ ଭୁବନେଶ୍ୱର ରାମମନ୍ଦିର ଛକରେ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ଧିରେ ଧିରେ ଏକାଠି ହେଉଛନ୍ତି କଂଗ୍ରେସ ନେତା ଓ କର୍ମୀ।
ମାଷ୍ଟରକ୍ୟାଣ୍ଟିନରେ ବି କଂଗ୍ରେସ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। ରାମ ମନ୍ଦିର ସାମ୍ନାରୁ ବାହାରିବ କଂଗ୍ରେସର ପଦଯାତ୍ରା। ପଦଯାତ୍ରା ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ମହିଳା ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବ କଂଗ୍ରେସ।