IED ବିସ୍ଫୋରଣରେ CRPF ଯବାନ ସହିଦ, ସ୍ୱତନ୍ତ୍ର ବିମାନ ଯୋଗେ ସହିଦଙ୍କୁ ନିଆଯିବ ରାଞ୍ଚି

କୋଇଡ଼ା: ଆଇଇଡି ବିସ୍ଫୋରଣରେ ସିଆରପିଏଫ୍ ଯବାନ ସହିଦ୍ । ସର୍ଚ୍ଚ ଅପରେଶନବେଳେ ଆଇଇଡି ବିାସ୍ଫାରଣ ହୋଇଥିଲା ।

ବାଙ୍କୋ ପଥର ଖଣି ପାଖ ସରଣ୍ଡା ଜଙ୍ଗଳରେ ଏହି ବିସ୍ଫୋରଣ ହୋଇଥିବା ସୂଚନା । ୧୨ ଦିନରୁ ଅଧିକ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ବିସ୍ଫୋରକ ସର୍ଚ୍ଚ ଅପରେଶନ୍ ଜାରିଥିଲା ।

ଏହି ସର୍ଚ୍ଚ ଅପରେଶନ ବେଳେ ବିସ୍ଫୋରଣ ହୋଇଥିବା କୁହାଯାଉଛି । ସ୍ୱତନ୍ତ୍ର ବିମାନରେ ରାଉରକେଲା ବିମାନ ବନ୍ଦରରୁ ରାଞ୍ଜିରେ ସହିଦଙ୍କ ମରଶରୀର ନିଆଯିବ ।

ସୁନ୍ଦରଗଡ଼ରେ ଖଣି ପାଇଁ ନିଆଯାଉଥିବା ବିସ୍ଫୋରଣକକୁ ଚୋରି କରିଥିଲେ ମାଓବାଦୀ । ଚୋରୀ ବିସ୍ଫୋରକକୁ ବ୍ୟବହାର କରି ଏହି ଆଇଇଡି ବ୍ଲାଷ୍ଟ ହୋଇଥିବା ସୂଚନା ।