ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା CRPF ଯବାନଙ୍କ ଉପରେ ଆକ୍ସନ, ଚାକିରିରୁ କରାଗଲା ନିଲମ୍ବନ

ପାକିସ୍ତାନୀ ସ୍ତ୍ରୀ ପାଇଁ ଯବାନଙ୍କର ଚାକିଗଲା ଚାକିରି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନରେ ଜାରି ଉତ୍ତେଜନା ମଧ୍ୟରେ ସିଆରପିଏଫ ନିଜ ଯବାନ ମୁନୀର ଅହମଦଙ୍କୁ ପାକିସ୍ତାନୀ ମହିଳାଙ୍କ ସହ ନିଜ ବିବାହର କଥା ଲୁଚାଇବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ସେ ୪୧ ବାଟାଲିୟନରେ ଥିଲେ।

ସୂଚନା ମୁତାବକ, ପହଲଗାମ ଆତଙ୍କୀ ହମଲାକୁ ଦୃଷ୍ଟିରେ ରଖି କୂଟନୈତିକ ଉପାୟ ଅନୁଯାୟୀ, ଭାରତ ଦ୍ୱାରା ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ କହିବା ପରେ ଅହମଦଙ୍କର ମୀନଲ ଖାନଙ୍କ ସହ ବିବାହ କଥା ଜଣାପଡ଼ିଥିଲା।

ପହଲଗାମରେ ୨୨ ଅପ୍ରେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିଥିଲା। ଦୁହେଁ ଗତବର୍ଷ ୨୪ ମେ ରେ ଏକ ଭିଡିଓ କଲ ମାଧ୍ୟମରେ ବିବାହ କରିଥିଲେ।

ସିଆରପିଏଫଙ୍କ ଯାଞ୍ଚରେ ମିଳିଥିଲା ଯେ, ଯବାନ ସମ୍ବନ୍ଧୀୟ ଅଧିକାରୀଙ୍କୁ ନିଜ ବିବାହ ଏବଂ ତାଙ୍କର ଭାରତରେ ରହିବାର ସୂଚନା ଦେଇନଥିଲେ।

ଏହି ଯବାନ ଭିସାର ବୈଧତା ନଥିବା କଥା ଜାଣିବା ସତ୍ତ୍ୱେ ଭାରତରେ ରହୁଥିଲେ। ସର୍ଭିସ ରୁଲ୍ ଉଲ୍ଲଘଂନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।