ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର। କାରଣ ବର୍ଷ ଆରମ୍ଭରୁ ହିଁ ୧୬୯ଟି ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(CRPF) କନଷ୍ଟେବଳ GD ପଦବୀ ପୂରଣ ପାଇଁ ଏହି ନୋଟିଫିକେସନ ଦିଆଯାଇଛି । ଆସନ୍ତାକାଲି ଠାରୁ ଅର୍ଥାତ୍ ଜାନୁଆରୀ ୧୬ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତାକାଲି ସକାଳ ୯ଟା ପରୁଠାରୁ ହିଁ ଏହି ଆବେଦନ କରିହେବ। ସେହିପରି ୨୦୨୪ ଫେବ୍ରୁଆରୀ ୧୫ ତାରିଖ ଯାଏଁ ଏହାର ଆବେଦନ ରହିଛି । ମୋଟ୍ ୧୬୯ଟି ପଦବୀ ପୂରଣ ହେବାନେଇ ନିଯୁକ୍ତି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀମାନେ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ସମୟସୀମା ୧୮ରୁ ୨୩ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ। ତେବେ କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜିଡି ପଦବୀ ପାଇଁ ଜେନେରାଲ, OBC ଏବଂ EWS ମାନଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ଦେବାକୁ ହେବ । ଅନ୍ୟପଟେ SC-ST ଓ ମହିଳାମାନଙ୍କ ପାଇଁ ଦେୟ ଛାଡ଼ କରାଯାଇଛି । ଏହା ବ୍ୟତୀତ ଯଦି ଆପଣ ଏହି ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହାନ୍ତି ତେବେ CRPFର ଅଫିସିଆଲ୍ ୱେବସାଇଟ୍ ଦେଖିପାରିବେ ।
ଆବେଦନ କିପରି କରିବେ, ଜାଣନ୍ତୁ:-
ପ୍ରଥମେ CRPF ର ଅଫିସିଆଲ୍ ୱେବସାଇଟ୍ recruitment.Crpf.gov.inକୁ ଯାଆନ୍ତୁ। ପରେ ଆପଣ ପ୍ରଥମ ପେଜ୍ରେ ଥିବା CRPF କନଷ୍ଟେବଲ୍ GD ନିଯୁକ୍ତି ୨୦୨୪ ଲିଙ୍କକୁ କ୍ଲିକ୍ କରନ୍ତୁ । ତେବେ ପେଜ୍ ଖୋଲିବା ପରେ ହିଁ ଆପଣ ଆପଣଙ୍କର ପଞ୍ଜିକରଣ କରିପାରିବେ।