ଭାରତୀୟ ଯବାନଙ୍କ ପ୍ରିୟ ପାକିସ୍ତାନ: ଗୋଇନ୍ଦାଗିରି କରି ଗିରଫ ହେଲେ ଯବାନ

ନୂଆଦିଲ୍ଲୀ: ଗୁପ୍ତଚରଗିରି ପାଇଁ ସିଆରପିଏଫ୍ ଯବାନ ଗିରଫ । ଦିଲ୍ଲୀରୁ ଗିରଫ ହେଲେ ସିଆରପିଏଫ୍ ଯବାନ ।

ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିଲେ ଯବାନ । ଯବାନ ମୋତିରାମ ଜାଟଙ୍କୁ ଗିରଫ କଲା ଏନ୍ଆଇଏ ।

ନିକଟରେ ହରିୟାଣାର ୟୁଟ୍ୟୁବ୍ ବ୍ଲଗର୍ ଜ୍ୟୋତି ମଲହୋତ୍ରାଙ୍କୁ ଏନ୍ଆଇଏ ଗିରଫ କରିସାରିଛି । ଜେରା ପରେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବା ପରେ ଧୀରେ ଧୀରେ ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଲୋକଙ୍କ ମୁଖା ସାମ୍ନାକୁ ଆସୁଛି ।

ଆଗାମୀ ଦିନରେ ଆହୁରି ଅନେକଙ୍କୁ ଗୋଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯିବା ସହ ଏକାଧିକ ଏବେ ଏନ୍ଆଇଏ ରାଡାରରେ ଅଛନ୍ତି ।