fbpx

ଆଠ ମାସ ପରେ ତଳକୁ ଖସିଲା ଅଶୋଧିତ ତେଲ ଦର: ଶସ୍ତା ହେବ କି ପେଟ୍ରୋଲ-ଡିଜେଲ?

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଦରବୃଦ୍ଧିରେ ହ୍ରାସ ଏବଂ କ୍ରୁଡ ଅଏଲରେ ହ୍ରାସ କାରଣରୁ ଗତ କିଛି ସପ୍ତାହରେ ବେଞ୍ଚମାର୍କ ସରକାରୀ ବ୍ରାଣ୍ଡ୍ ସ୍ତରରେ ୧୮ ବେସିସ୍ ପଏଣ୍ଟରୁ ଅଧିକ ତଳକୁ ଖସିଛି । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ମାର୍ଚ୍ଚରେ ଅଶୋଧିତ ତେଲ ଦର ୧୩୯ ଡଲାର ପ୍ରତି ବ୍ୟାରେଲ ପିଛା ରହିଥିଲା । ଯାହା ୨୦୦୮ ପରଠାରୁ ଏପର୍ଯ୍ୟନ୍ତର ସବୁଠୁ ଉଚ୍ଚତମ ସ୍ତର ଥିଲା । ବାରମ୍ବାର ହ୍ରାସ ପରେ ଏବେ ଏହା ୯୦ ଡଲାର ପ୍ରତି ବ୍ୟାରେଲ ତଳକୁ ଆସିଛି । ଅନୁମାନ କରାଯାଉଛି ଯେ ଖୁବ୍ ଶୀଘ୍ର ପେଟ୍ରୋଲ-ଡିଜେଲର ଦାମରେ ହ୍ରାସ ଦେଖିବାକୁ ମିଳିପାରେ ।

ମୁମ୍ବାଇର ଡେଟ ଆଡଭାଇଜରୀ ଫର୍ମ ରକଫୋର୍ଟ ଫିକର୍ପର ଏଲଏଲପିର ଫାଉଣ୍ଡର ଏବଂ ପରିଚାଳନା ପାର୍ଟନର ଭେଙ୍କଟକୃଷ୍ଣନ୍ ଶ୍ରୀନିବାସନ କହିଛନ୍ତି ଯେ କ୍ରୁଡ ଅଏଲର ଦାମରେ ହ୍ରାସ ବ୍ୟତୀତ, ଭାରତୀୟ ବ୍ରାଣ୍ଡ୍ ଇଣ୍ଡେକ୍ସରେ ଖୁବ୍ ଶୀଘ୍ର ସାମିଲ ହେବା ନେଇ ଆଶା କରାଯାଉଛି । ତେବେ ଏହି ଖବର ଆସିବା ପରେ ନିବେଶକ ଏବଂ ଟ୍ରେଡିଂ କ୍ଷେତ୍ରରେ ସକରାତ୍ମକ ମାହୋଲ ସୃଷ୍ଟି କରିଛି ।

Get real time updates directly on you device, subscribe now.