fbpx

CSEET 2024: CS ଏକଜିକ୍ୟୁଟିଭ୍ ପ୍ରବେଶିକା ପରୀକ୍ଷା ପାଇଁ ଏହି ତାରିଖ ପୂର୍ବରୁ କରନ୍ତୁ ପଞ୍ଜିକରଣ, ଜାଣନ୍ତୁ ପଞ୍ଜିକରଣ ପ୍ରକ୍ରିୟା

ନୂଆଦିଲ୍ଲୀ: କମ୍ପାନୀ ସେକ୍ରେଟାରୀ(CS) ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଚଳିତ ବର୍ଷ ନଭେମ୍ବରରେ କମ୍ପାନୀ ସେକ୍ରେଟାରୀ ଏକଜିକ୍ୟୁଟିଭ୍ ପ୍ରବେଶିକା ପରୀକ୍ଷା(CSEET) ୨୦୨୪ ଆୟୋଜିତ ହେବ । ଇନ୍ସଟିଟ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ (ICSI) ଦ୍ୱାରା CSEET ପାଇଁ ଜୁନ୍ ୧୬ରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ୧୫ ଅକ୍ଟୋବର । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ସicsi.edu ମାଧ୍ୟମରେ ପଞ୍ଜିକରଣ କରିପାରିବେ ।

CS ପାଠ୍ୟକ୍ରମରେ ଆଡମିଶନ୍ ପାଇଁ CS ଏକଜିକ୍ୟୁଟିଭ୍ ପ୍ରବେଶିକା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ପରୀକ୍ଷା ଦ୍ୱାରା ପ୍ରାର୍ଥୀଙ୍କ ଜ୍ଞାନ ଏବଂ ଯୋଗ୍ୟତାର ମୂଲ୍ୟାଙ୍କନ କରାଯାଇଥାଏ । ଚଳିତ ବର୍ଷ ଏହି ପରୀକ୍ଷା ନଭେମ୍ବର ୯ ତାରିଖରେ ଆୟୋଜିତ ହେବ । ଏହି ପରୀକ୍ଷା ୧୨୦ ମିନିଟର ହେବ । ଏଥିରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରାର୍ଥୀଙ୍କୁ ମୋଟ୍ ୫୦% ମାର୍କ ସହ ପ୍ରତ୍ୟେକ ବିଷୟରେ ସର୍ବନିମ୍ନ ୪୦% ମାର୍କ ଆବଶ୍ୟକ ।

CSEET 2024 ପାଇଁ କିପରି କରିବେ ପଞ୍ଜିକରଣ ?

୧. ପ୍ରଥମେ ICSI CSEETର ଅଫିସିଆଲ ୱେବସାଇଟ୍ ସମଗ୍ଦସ.ରୟଙ୍କକୁ ଯାଆନ୍ତୁ ।

୨. ଏହା ପରେ Latest@ ICSI- Students ଉପରେ କ୍ଲିକ୍ କରନ୍ତୁ ।

୩. ଏହା ପରେ CSEET 2024 ପଞ୍ଜିକରଣ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ଫର୍ମ ପୁରଣ କରନ୍ତୁ ।

୪. ଏହା ପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍‌ସ ଅପଲୋଡ୍ କରି ଫର୍ମ ଜମା କରନ୍ତୁ ।

୫. ଶେଷରେ କନଫରମେସନ୍ ପେଜ୍ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟ୍‌ଆଉଟ୍ ବାହାର କରି ରଖନ୍ତୁ ।

Get real time updates directly on you device, subscribe now.