CSIR NET Result 2025: ପ୍ରକାଶ ପାଇଲା ରେଜଲ୍ଟ, ଏପରି ଡାଉନଲୋଡ କରନ୍ତୁ ସ୍କୋରକାର୍ଡ
CSIR-UGC NET ଡିସେମ୍ବର 2024 ପରୀକ୍ଷା ଫଳ ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ୍ NTA ଡିସେମ୍ବର 2024 ର ମିଳିତ CSIR-UGC NET ପରୀକ୍ଷାର ଫଳାଫଳ ଘୋଷଣା କରିଛି । ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ CSIR NETର ଅଫିସିଆଲ୍ ୱେବସାଇଟ୍ csirnet.nta.ac.in କୁ ଯାଇ ସେମାନଙ୍କର ସ୍କୋରକାର୍ଡ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ ।
ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ, ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ପଡିବ । NTA ଏକ ସରକାରୀ ବିଜ୍ଞପ୍ତିରେ କହିଛି ଯେ CSIR NET ପରୀକ୍ଷା ପାଇଁ ମୋଟ 2,38,451 ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ, ଯେଉଁଥିରୁ 1,74,785 ଜଣ ପ୍ରାର୍ଥୀ ପାସ୍ କରିଛନ୍ତି ।
ଫଳାଫଳ ପ୍ରକାଶ କରିବା ପୂର୍ବରୁ, NTA ମିଳିତ CSIR UGC NET ର ଚୂଡ଼ାନ୍ତ ଉତ୍ତର କୀ ପ୍ରକାଶ କରିଥିଲା। ସମାନ ଚୂଡ଼ାନ୍ତ ଉତ୍ତର ପତ୍ର ଆଧାରରେ ଫଳାଫଳ ପ୍ରସ୍ତୁତ କରାଯାଇଛି ।
NTA ଫେବୃଆରୀ ୨୮, ମାର୍ଚ୍ଚ ୧ ଏବଂ ମାର୍ଚ୍ଚ ୨, ୨୦୨୫ ରେ ଦେଶର ୧୬୪ ଟି ସହରରେ ଅବସ୍ଥିତ ୩୨୬ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିଥିଲା, ଯାହା ପରେ ମାର୍ଚ୍ଚ ୧୧ ରେ ଅସ୍ଥାୟୀ ଉତ୍ତର କୀ ପ୍ରକାଶିତ ହୋଇଥିଲା ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୧୪, ୨୦୨୫ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରିବାକୁ ଅନୁମତି ଦିଆଯାଇଥିଲା। ପ୍ରାର୍ଥୀମାନେ ପ୍ରତି ପ୍ରଶ୍ନ ପାଇଁ ୨୦୦ ଟଙ୍କା ଦେଇ ଉତ୍ତର କୀ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଦର୍ଶାଇଥିଲେ ।
ସ୍କୋରକାର୍ଡ କିପରି ଡାଉନଲୋଡ୍ କରିବେ-
ସର୍ବପ୍ରଥମେ CSIR NET ର ଅଫିସିଆଲ୍ ୱେବସାଇଟ୍ csirnet.nta.ac.in କୁ ଯାଆନ୍ତୁ ।
ତା’ପରେ ହୋମପେଜରେ, ‘Joint CSIR-UGC NET December-2024: Click here to download scorecard’ ଲେଖାଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଲଗଇନ୍ କରିବା ପାଇଁ ଆପଣଙ୍କର ବିବରଣୀ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ ।
ଏବେ ସ୍କୋରକାର୍ଡ ଯାଞ୍ଚ କରନ୍ତୁ ଏବଂ ଏହାକୁ ଡାଉନଲୋଡ୍ କରନ୍ତୁ।