fbpx

ଆରମ୍ଭ ହେଲା ଆଇପିଏଲ: ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଳୀ: ଦୁବାଇରେ ଆରମ୍ଭ ହୋଇଛି ୧୪ତମ ଆଇପିଏଲ ସଂସ୍କରଣର ଅବଶିଷ୍ଟ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ କାଇରେନ ପୋଲାର୍ଡ ଅଧିନାୟକ ରହିଛନ୍ତି ।

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟୟମରେ ଖେଳାଯାଉଥିବା ମୁକାବିଲାରେ ଚେନ୍ନାଇ ପକ୍ଷରୁ ଫାଫ ଡୁପ୍ଲେସିସ ଖେଳୁଛନ୍ତି । ଅନ୍ୟ ପକ୍ଷରେ ୩ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସେବାରୁ ବଞ୍ଚିତ ରହିବ ।

Get real time updates directly on you device, subscribe now.