fbpx

ବଦଳିଲା CUET Marking System, ନୂଆ ନିୟମ ନେଇ ନୋଟିସ୍ ଜାରି କଲା NTA

Advertisement

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନୂଆ ନିୟମ ଅନୁଯାୟୀ, ସିୟୁଇଟି ପରୀକ୍ଷା ପାଇଁ ମାର୍କିଂ ସିଷ୍ଟମରେ କିଛି ପରିବର୍ତ୍ତନ କରାଯାଇଛି । ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଅଫିସିଆଲ ୱେବସାଇଟ cuet.samarth.ac.inରେ ଉପଲବ୍ଧ ରହିଛି । ଚଳିତ ସିୟୁଇଟି ପାଇଁ ରେଜିଷ୍ଟ୍ରେସନ କରିସାରିଥିବା ଆଶାୟୀମାନେ ମାର୍କିଂ ସିଷ୍ଟମ ଚେକ୍ କରିବା ଦରକାର ।

ପୂର୍ବ ନିୟମ ଅନୁଯାୟୀ, ଯଦି କୌଣସି କୌଣସି ପ୍ରଶ୍ନପତ୍ର ସିୟୁଇଟି ୨୦୨୨ରୁ ହଟାଯାଏ, ତେବେ ଏ କ୍ଷେତ୍ରରେ ପରୀକ୍ଷାର୍ଥୀଙ୍କୁ ୫ ଅଙ୍କ ଦିଆଯିବାର ଥିଲା । ମାତ୍ର ନୂଆ ନିୟମ ଅନୁଯାୟୀ, ଯଦି କୌଣସି ପ୍ରଶ୍ନ ଭୁଲ ଚିହ୍ନଟ ହୁଏ, ତେବେ ଉକ୍ତ ପ୍ରଶ୍ନକୁ ଆଟେମ୍ପଟ କରିଥିବା ପ୍ରାର୍ଥୀଙ୍କୁ ୫ ଅଙ୍କ ମିଳିବ । ଏଥିସହିତ ସ୍କୋର ସେକ୍ସନରେ ମଧ୍ୟ କିଛି ପରିବର୍ତ୍ତନ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ।

ବର୍ତ୍ତମାନ ସୁଦ୍ଧା ସିୟୁଇଟି ପାଇଁ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି । ଉତ୍ତରପ୍ରଦେଶ, ଦିଲ୍ଲୀ ଓ ବିହାରରୁ ସର୍ବାଧିକ ଆଶାୟୀ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି । ୟୁପିରୁ ପାଖାପାଖି ୩୬ ହଜାର, ଦିଲ୍ଲୀରୁ ପାଖାପାଖି ୨୩ ହଜାର, ବିହାରରୁ ପାଖାପାଖି ୧୨ ହଜାର, କେରଳରୁ ପାଖାପାଖି ୪ ହଜାର, ତାମିଲନାଡ଼ୁରୁ ପାଖାପାଖି ୨ ହଜାର ପ୍ରାର୍ଥୀ ଆପ୍ଲାଏ କରିଛନ୍ତି । ସ୍ନାତକରେ ଆଡମିଶନ ପାଇଁ ସିୟୁଇଟି ପରୀକ୍ଷା ଜୁନ-ଜୁଲାଇ ମାସରେ ଅନୁଷ୍ଠିତ ହେବ । ସେଥିପାଇଁ ଏନଟିଏ ପକ୍ଷରୁ ଖୁବଶୀଘ୍ର ଡେଟଶିଟ୍ ଜାରି କରାଯିବ ।

Get real time updates directly on you device, subscribe now.