fbpx
BJD SKY
BJD SKY

ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂ; ପ୍ରେସମିଟରେ କହିଲେ ଏପରି

BJD

କଟକ(ଓଡ଼ିଶା ଭାସ୍କର): ରାଜ୍ୟସଭା ସାଂସଦ ପଦରୁ ଆଜଚି ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ସୁବାସ ସିଂ ସୂଚନା ଦେଇଛନ୍ତି ।

ଏହା ସହ ସୁବାସ କହିଛନ୍ତି ଯେ, ‘ମୁଁ ଗୋଟିଏ ପଦବୀରେ ରହି କାମ କରିବି । ୨ ବର୍ଷ ଧରି ୨୦୨୧ ମସିହା ଏପ୍ରିଲ ମାସରୁ ରାଜ୍ୟସାଭରେ ସଭ୍ୟପଦ ଆରମ୍ଭ ହୋଇଥିଲା । ଆଜି ଦିନରେ ୨ ବର୍ଷ ୨୦ ଦିନ ଅତିକ୍ରାନ୍ତ କରିଛି । କଟକ ମହାନଗର ନିଗମର ପ୍ରତ୍ୟେକ୍ଷ ନିର୍ବାଚନରେ ମାର୍ଚ୍ଚ ୨୬ ତାରିଖ ଦିନ ୨୮,୮୦୦ରୁ ଅଧିକ ଭୋଟରେ ନିର୍ବାଚିତ ହେବା ପରେ ଏବଂ ଏପ୍ରିଲ ୭ ତାରିଖରେ ଶପଥ ନେବା ପରେ ଆଜି ମୁଁ ସାଂସଦ ପଦରୁ ଇସ୍ତଫା ଦେଉଛି ।’

ସୁବାସ ପୁଣି କହିଥିଲେ ଯେ, ରାଜ୍ୟସଭାରେ ମୁଁ ଜନକଲ୍ୟାଣକାରୀ ପ୍ରଶ୍ନ ଉଠାଇଥିଲି । ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରସଙ୍ଗ ଉଠାଇଥିଲି । ବାରବାଟୀ ଦୁର୍ଗର ଉନ୍ନୟନ କାର୍ଯ୍ୟ ସଂସଦରେ ଉଠାଇଥିଲି । ଏହା ସହ କଟକ-ସମ୍ବଲପୁର ରାସ୍ତାର ବିଳମ୍ବ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଥିଲି ବୋଲି ସୁବାସ କହିଛନ୍ତି ।

Image

Get real time updates directly on you device, subscribe now.