fbpx

ରାଜ୍ୟରେ ସଂକ୍ରମଣ ରେକର୍ଡ ଭାଙ୍ଗିଲା: ବଢ଼ିଲା କର୍ଫ୍ୟୁ ଅବଧି, ଚେକିଂ କଡ଼ାକଡ଼ି

ଜୟପୁର, ୧ା୫: ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜସ୍ଥାନ ସରକାର ଆସସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁର ଅବଧିକୁ ବୃଦ୍ଧି କରିଛନ୍ତି । ଏଥିସହିତ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯାଇଛି । ଏଣିକି ଦ୍ୱିପ୍ରହର ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କୌଣସି ବ୍ୟକ୍ତି ବାହାରେ ବୁଲୁଥିବା ଅବସ୍ଥାରେ ଧରାପଡ଼ିଲେ ତା’ର ଟେଷ୍ଟ କରାଯିବ । ପଜିଟିଭ୍ ରିପୋର୍ଟ ଆସିଲେ ୧୫ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଠାଯିବ । ଏଥିସହ ସମସ୍ତ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ବଜାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସମୟରେ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପୁସ୍ତକାଳୟ ଆଦି ବନ୍ଦ ରହିବ । ମେଡିକାଲ, ନର୍ସିଂ କଲେଜମାନଙ୍କରେ ପାଠପଢ଼ା ସହ ଅନଲାଇନ ପାଠପଢ଼ା ଜାରି ରହିବ । ବିବାହ ଉତ୍ସବ ନେଇ କଟକଣା ଲାଗୁ କରାଯାଇଛି । ହୋମ ଡେଲିଭରି ସେବାକୁ ରାତି ୮ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ଟିକାକରଣ ପାଇଁ ଯାଉଥିବା ଲୋକମାନେ ରେଜିଷ୍ଟ୍ରେସନ ଓ ପରିଚୟପତ୍ର ଦେଖାଇ ଯାଇପାରିବେ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସମସ୍ତ ଜରୁରୀ ସେବା ଜାରି ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.